ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ

ଭୁବନେଶ୍ଵର :  ଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଲୋକସେବା ଭବନରେ ଚାଲିଥିବା ଏହି ବୈଠକରେ ଦାରୁ କାଠ ନେବା ଅଭିଯୋଗ ପ୍ରସଙ୍ଗ, ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଓ ବୟକଟ୍ ପୁରୀ ପ୍ରସଙ୍ଗରେ ଆଲୋଚନା ହେଉଛି ।

ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦୀଘା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ସମ୍ପର୍କରେ ପ୍ରାୟ ୪୫ ମିନିଟ୍ ଜେରା କରାଯାଇଥିଲା । ଆଜିର ବୈଠକରେ ମନ୍ତ୍ରୀଙ୍କୁ କାଲିର ବୈଠକ ବିଷୟରେ ଅବଗତ କରାଯିବ। ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ଭିତରେ କୈଫୟତ୍ ଦେବା ପାଇଁ କୁହାଯାଇଛି । ଏହାପରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର।

Related Articles

Back to top button
WP Twitter Auto Publish Powered By : XYZScripts.com