
ଭୁବନେଶ୍ୱର : ସରକାର ଦେଇଥିବା ସମୟ ସୀମା ସରିବା ପରେ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ ହୋଇପାରିବ ନାହିଁ । ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ରୋକ ଲାଗିବ । ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ। ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଗାଁରେ ୨୫୦ ଲୋକ ଥିବେ ଏବଂ ତାହା ମୂଳ ଗାଁରୁ ୫ଶହ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ। ବର୍ତ୍ତମାନ ଆସିଥିବା ହଜାରେ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲାଣି। ସେହିପରି ନଗର ଉନ୍ନୟନ ବିଭାଗ ପାଖରେ ଅନେକ N.A.C. ଓ ମ୍ୟୁନିସିପାଲିଟି ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା ସୁରେଶ କହିଛନ୍ତି । ତେଣୁ ଥରେ ଜନଗଣନା ଆରମ୍ଭ ହେଲେ, ଏସବୁ ପ୍ରସ୍ତାବ କାର୍ୟ୍ୟକାରୀ ହୋଇ ପାରିବ ନାହିଁ। ସେଥିପାଇଁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଆସନ୍ତା ଜୁଲାଇରେ ଜନଗଣନା ହେବ ।