ଓଡ଼ିଶା କିଣିବ ୧୦୦ ନୂଆ ସାଇରନ୍

ଭୁବନେଶ୍ବର : ଭବିଷ୍ୟତର କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ଏବେ ଠାରୁ ସଜାଗ ହେଲାଣି ଓଡ଼ିଶା । ସେଥିପାଇଁ ଅଧିକ ସାଇରନ୍ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭାରତ ପକ୍ଷରୁ ଅପରେସନ୍ ‘ସିନ୍ଦୂର’ ଆରମ୍ଭ ପରେ ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢ଼ିଛି। ଲଗାତାର ଭାବେ ଆକ୍ରମଣ ଜାରି ରହିଛି। ତେଣୁ ସାଧାରଣ ଲୋକଙ୍କୁ ଚେତାବନୀ ପାଇଁ ମକ୍ ଡ୍ରିଲ କରାଯାଇଥିଲେ ବି ସାଇରନ୍ ଗୁଡିକ ପୁରୁଣା ହୋଇ ଯାଇଥିବାରୁ ଅଧିକ ଲୋକ ଜାଣିପାରିନଥିଲେ ।
ତେଣୁ ଉଚ୍ଚ କ୍ଷମତା ସମ୍ପନ୍ନ ସାଇରନ୍ କିଣିବା ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୧୦୦ଟି ନୂଆ ସାଇରନ୍ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନୂଆ ସାଇରନ୍ ଅତି କମ୍ରେ ୪ କି.ମି. ପର୍ଯ୍ୟନ୍ତ ଶୁଣିବାକୁ ମିଳିବ। ଖୁବଶୀଘ୍ର ଏହି ସାଇରନ୍ ଜିଲ୍ଲାମାନଙ୍କୁ ବଣ୍ଟାଯିବ। ଏହା ସହ ଆହୁରି ୯ଟି ଜିଲ୍ଲାରେ ସ୍ଥାୟୀ ଭାବେ ଏହି ସାଇରନ୍ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ରହିଛି। ସେହିପରି ଭୁବନେଶ୍ବରର ବରମୁଣ୍ଡାସ୍ଥିତ ସିଭିଲ୍ ଡିଫେନ୍ସ ମୁଖ୍ୟାଳୟରେ ଏକ ହଟ୍ଲାଇନ୍ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଥିବା ଜଣାପଡିଛି।