ଜାତୀୟ

ଡେଟିଂ ଆପ ହେଲା କାଳ !

ଡେଟିଂ ଆପ ହେଲା କାଳ !

ଭୁବନେଶ୍ୱର ୨୧|୦୫ : ଇଣ୍ଟରନେଟ୍‌ ଓ ମୋବାଇଲ ଯୁଗରେ ଡେଟିଂ ଆପ ଏକ ପ୍ରକାର ଟ୍ରେଣ୍ଡ ପାଲଟିଛି | ଆଧୁନିକ ମହିଳା ଓ ପୁରୁଷ ମାନେ ଏହି ଆପ୍ପ ଗୁଡିକ ବ୍ୟବହାର କରି ନିଜର ଜୀବନ ସାଥି ବାଛିବାରେ ସକ୍ଷମ ହେଉଛନ୍ତି | ଟିଣ୍ଡର, ସାଦୀଡଟକମ ଭଳି କେତେକ ଆପ ଜନତା ମାନଙ୍କ ମଧ୍ୟରେ ଖୁବ ପ୍ରଚଳିତ | ତେବେ ଏହି ସବୁ ଆପ ଭଳି ସମ ଲିଙ୍ଗି ମହିଳା ଓ ପୁରୁଷ ମାନଙ୍କ ପାଇଁ ଗ୍ରିଣ୍ଡର ନାମକ ଏକ ଆପ ଅଛି | ଏହି ଆପଟି ମୁଖ୍ୟତଃ ଏଲଜିବିଟିକ୍ୟୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ |ଏହା ଏଲଜିବିଟିକ୍ୟୁ ସମ୍ପ୍ରଦାୟର ସବୁଠୁ ବଡ଼ ସୋସିଆଲ ନେଟଓ୍ବର୍କିଙ୍ଗ୍‌ ଆପ୍ ଓ ଏହା ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ଅଛି । ଏହି ଆପଟି ବର୍ତ୍ତମାନ ଉତ୍ତର ପ୍ରଦେଶରୁ ତାମିଲନାଡୁ ପର୍ଯ୍ୟଙ୍କ ହାଲ୍ଲା ଶୃଷ୍ଟି କରିଛି | ଡେଟିଂ ଆପ ବ୍ୟବହାର କରି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଅପରାଧ କରିବା ଲାଗି ଏବେ ନୂଆ ମଉକା ମିଳିଛି | ଭାରତରେ ଏହି ଆପକୁ ଅନେକ ବ୍ୟକ୍ତି ବ୍ୟବହାର କରୁଛନ୍ତି |

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଗ୍ରେଡର ନୋଏଡାରେ ଗ୍ରିଣ୍ଡର ଆପ୍ ବ୍ୟବହାର କରି ଲୋକଙ୍କୁ ଠକୁଥିବା ଏବଂ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ରିପୋର୍ଟ ଅନୁସାରେ, ପୁଅମାନଙ୍କ ପ୍ରତି ଆଗ୍ରହୀ ଥିବା ଲୋକମାନଙ୍କୁ ଆପ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥାଏ। ତା’ପରେ ଦେଖା କରିବାର ସ୍ଥାନ ସ୍ଥିର କରାଯାଇଥାଏ। ଯେତେବେଳେ ପୀଡ଼ିତ ନିର୍ଦ୍ଧାରୀତ ସ୍ଥାନରେ ପହଞ୍ଚେ , ତାଙ୍କୁ ଅସ୍ତ୍ର ଦେଖାଇ ଧମକ ଦିଆଯାଇ ଟଙ୍କା ପଇସା ଲୁଟ କରାଯାଏ । ପରେ ମଧ୍ୟ ବ୍ଲାକମେଲିଂ କରି ଟଙ୍କା ଆଦାୟ କରାଯାବା ଜଣ ପଡିଛି । ଜଣା ପଡିଛି ଯେ, ଅଭିଯୁକ୍ତମାନେ ବର୍ଷେ ମଧ୍ୟରେ ପ୍ରାୟ ୨୫ ଜଣଙ୍କୁ ନିଜର ଶିକାର କରିଥିଲେ।

ଗ୍ରିଣ୍ଡର ଆପ୍‌ରେ ନକଲି ପ୍ରୋଫାଇଲ୍ ତିଆରି କରି ଏପରି ଅପରାଧୀମାନେ ଅଛନ୍ତି, ଯେଉଁମାନଙ୍କ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଲୁଟିବା। ଚେନ୍ନାଇରୁ ଏପରି ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି | ଜଣେ କପଡ଼ା ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। ସେ ଗ୍ରିଣ୍ଡର ଆପ୍ ମାଧ୍ୟମରେ ଜଣେ ପୁଅ ସହିତ ବନ୍ଧୁତା କରିଥିଲେ। ତାଙ୍କୁ ନିଜ ଘରକୁ ଡାକିଥିଲେ। ପୁଅଜଣକ କହିଲା ଯେ ସେ ତା ସହିତ ଆଉ ୨ଜଣ ଲୋକଙ୍କୁ ଆଣିବ। ବ୍ୟବସାୟୀ ଜଣଙ୍କ ରାଜି ହୋଇଥିଲେ | ସମସ୍ତେ ବ୍ୟବସାୟୀଙ୍କ ଘରେ ପହଞ୍ଚିଲେ ଓ ତାଙ୍କୁ ନିରଧୂମ ମାଡ ମାରିଲେ। ହାତ ଗୋଡ଼ ବାନ୍ଧି ବାଥ୍‌ରୁମ୍‌ରେ ବନ୍ଦ କରିଦେଲେ। ଏହାପରେ ୩୦ ତୋଳା ସୁନା ଏବଂ ୨.୫ କିଲୋ ରୂପା ଲୁଟି ନେଲେ। ଏବେ ଚେନ୍ନାଇ ପୁଲିସ ମଧ୍ୟ ଏପରି ଆପ୍ ବିଷୟରେ ଲୋକଙ୍କୁ ସଚେତନ କରାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com