ଓଡ଼ିଶା
ରାଉରକେଲା ଡେପୁଟି ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ରାଉରକେଲା,୨୧/୦୫ :ସରକାରୀ କାର୍ଯ୍ୟ ପାଇଁ ନିୟୋଜିତ ଗାଡ଼ିର ଭଡ଼ା ଶୁଳ୍କ ମୁକ୍ତ କରିବା ପାଇଁ ଜଣେ ଗାଡ଼ି ମାଲିକଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରାପଡ଼ିଥିଲେ ରାଉରକେଲା ଡେପୁଟି ଫରେଷ୍ଟ ରେଞ୍ଜର ଅସିତ କୁମାର ପଟ୍ଟନାୟକ | ଭିଜିଲାନ୍ସ ଅଧିକାରୀମାନେ ପଟ୍ଟନାୟକଙ୍କ ସହିତ ଜଡିତ ଚାରୋଟି ସ୍ଥାନ ତଥା ରାଉରକେଲାର ବାସନ୍ତୀ କଲୋନୀରେ ଥିବା ତାଙ୍କ ବାସଭବନ, ବିସ୍ରାରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱରରେ ଏକ ଫ୍ଲାଟ ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାଙ୍କ ପୈତୃକ ଘର ଉପରେ ଏକକାଳୀନ ଚଢାଉ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ପରେ ତାଙ୍କ ବାସଭବନରୁ ୮.୩୭ ଲକ୍ଷ ଟଙ୍କା ନଗଦ ପାଇଥିଲେ ଏବଂ ପ୍ରାୟ ୩୯୦ ଗ୍ରାମ ସୁନା ଜବତ କରିଥିଲେ। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି |