“ପାକିସ୍ତାନ ଆତଙ୍କବାଦ ଜାରି ରଖିଲେ ଫଳାଫଳ ଭୋଗିବ”: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ/ନେଦରଲ୍ୟାଣ୍ଡ ୨୩/୦୫: ପାକିସ୍ତାନ ମାଟିରୁ ଯଦି ଆତଙ୍କବାଦୀ ଆକ୍ରମଣ ଜାରି ରହିବ, ତେବେ ତାହାର ଭୟାବହ ପରିଣାମ ହେବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚେତାବନୀ ଦେଲେ। ଏହି କଥା ସେ ଗୁରୁବାର ଦିନ ନେଦରଲ୍ୟାଣ୍ଡର ଏକ ଖ୍ୟାତିନାମ ଖବର କାଗଜ De Volkskrant କୁ ଦିଆଯାଇଥିବା ଏକ ସାକ୍ଷାତକାରରେ କହିଥିଲେ। ଏସ୍. ଜୟଶଙ୍କର କହିଛନ୍ତି, “ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପାକିସ୍ତାନ ଓ ତାଙ୍କ ସେନା ପୂର୍ଣ୍ଣ ଭାବେ ଜଡିତ। ଏହି ଭାବଧାରାର ଶେଷ ହେବା ଦରକାର”।
ଏହି ସାକ୍ଷାତକାର ସମୟରେ, ସେ ଅପରେସନ ସିନ୍ଦୂର ଉପରେ ମଧ୍ୟ କଥା ହେଲେ ଏବଂ ଭାରତୀୟ ସେନାଙ୍କ ଆତଙ୍କବାଦ ବିରୋଧରେ ଯୁଦ୍ଧକୁ ସମ୍ମାନ ଦେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ।
ନେଦରଲ୍ୟାଣ୍ଡ ଯାତ୍ରା ସମୟରେ, ଏସ୍. ଜୟଶଙ୍କର ଦୁଇ ଦେଶ ମଧ୍ୟରେ ସଂପର୍କକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଅନେକ କୁଟନୈତିକ ଆଲୋଚନା କରିଥିଲେ।
ସେ ସଫା କହିଦେଲେ, “ଚାଲିଥିବା ଆତଙ୍କବାଦ ପାଇଁ ପାକିସ୍ତାନ ଦାୟୀ ଓ ତାଙ୍କୁ ଏହାର ଫଳାଫଳ ଭୋଗିବାକୁ ପଡିବ”।