ଓଡ଼ିଶା

ଚିନ୍ତା ବଢ଼ାଉଛି ଖୋଲା ଡ୍ରେନ ସମସ୍ୟା

ଭୁବନେଶ୍ୱର,୨୭/୦୫: ବର୍ଷା ଦିନରେ ଘଟୁଛି ଅଘଟଣ | ପ୍ରତି ବର୍ଷ ଅକାଳରେ ଚାଲିଯାଉଛି ଜୀବନ | ରାଜଧାନିରେ ଚିନ୍ତା ବଢ଼ାଉଛି ମୁକୁଳା ଡ୍ରେନ ସମସ୍ୟା | ଗତ କିଛି ଵର୍ଷ ହେବ ୧୦ ଜଣରୁ ଅଧିକଙ୍କ ମୁଣ୍ଡ ନେଲାଣି ଏହି ମୁକୁଳା ଡ୍ରେନ ସମସ୍ୟା | ଏହାର ସ୍ଥାୟୀ ପ୍ରତିକାର ଆବଶ୍ୟକ | ତେବେ ମୌସୁମୀ ଶୀଘ୍ର ଓଡିଶା ଛୁଇଁବା ବେଳେ ଏହି ସମସ୍ୟା ଲାଗି ଚିନ୍ତାରେ ପଡିଛନ୍ତି ରାଜଧାନୀ ବାସୀ | ଭୁବନେଶ୍ୱର ମହାନଗର ନିଗମରେ ପ୍ରତିବର୍ଷ ନାଳରେ ପଡି କାହାର ନା କାହାର ମୃତ୍ୟୁ ହେବାର ଖବର ଆସୁଛି | ତେବେ ଏହି ମୁକୁଳା ଡ୍ରେନର ସମସ୍ୟାକୁ ସମାଧାନ କରିବା ଲାଗି ବିଭିନ୍ନ ବୈଠକ ବସିଥିଲେ ମଧ୍ୟ ଏହା କେବେଳ କାଗଜ କଲମ ପର୍ଯ୍ୟନ୍ତ ସୀମିତ ରହୁଛି ବୋଲି କହିଛନ୍ତି ରାଜଧାନୀ ବାସୀ | ଭୁବନେଶ୍ୱର ମହାନଗର ନିଗମରେ ୬୭.୭ କି.ମି ମୁଖ୍ୟ ନାଳ ଓ ୨୭ କି.ମି ଶାଖା ନାଳ ଖୋଲା ପଡିଛି | ତେବେ ମୁକୁଳା ନାଳରେ ପଡି ମୃତ୍ୟୁ ହୋଇଥିବା ମାମଲାରେ ନଜର ପକାଇଲେ ୨୦୨୧ ମସିହାରେ ଶିରୀପୁରୁ ଶତାବଧି ନଗରରେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ,୨୦୧୮ ରେ ହରି ପଟ୍ଟନାୟକ , ୨୦୨୨ରେ ପତିତ ପାବନ ନଗରରେ ଗୌତମ ରେଡ୍ଡୀ , ୨୦୧୫ରେ ମମତାଜ ଅଲ୍ଲୀ ହାଇ ସ୍କୁଲର ଜଣେ ୯ ଵର୍ଷର ଛାତ୍ରଙ୍କ ନାଳରେ ଭାସି ମୃତ୍ୟୁ ହୋଇଥିଲା | ଏହା ବାଦ ଆହୁରି ଏନେକଙ୍କ ମଧ୍ୟ ମୃତ୍ୟୁ ହୋଇଛି | ମୁଖ୍ୟ ନାଳରେ ସମ୍ପୂର୍ଣ୍ଣ ବ୍ୟାରିଗେଟିଂ କି ଶାଖା ନାଳରେ ସ୍ଲାପ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇ ପାରିନାହିଁ | ଏହା ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ାଉଛି |

ବିଏମସି ସିଟି ଇଂଜିନିୟର ବିଶାଳ କୁମାର ବେହେରା କହିଛନ୍ତି ଯେ, “ବର୍ଷା ପୂର୍ବରୁ ଆମେ ପୂର୍ଣ୍ଣ ପ୍ରସ୍ତୁତିରେ ଅଛୁ | ଯେଉଁଠି ଖୋଲା ଡ୍ରେନ ଥିଲା ସବୁ ପ୍ରାୟ ସ୍ଲାବ ପକା ସରିଛି | ବିଏମସିର 1400 କିମି ରୁ ଆଉ ମାତ୍ର ୭/୮ କି.ମି ସ୍ଲାବ ପକେଇବା ବାକି ଅଛି | ଯାହା ବାକି ଅଛି ତାକୁ ସାରିବା ଦିଗରେ ଆମେ ଶୀଘ୍ର ପଦକ୍ଷପ ନବୁ | ବର୍ଷାରେ ନାଳର ସ୍ଥିତି ଅନୁଧ୍ୟାନ , ନିୟମିତ ସଫେଇ ଆଦି ଦେଖିବାକୁ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି |”

 

Related Articles

Back to top button
WP Twitter Auto Publish Powered By : XYZScripts.com