ଓଡ଼ିଶା

ଶୂନ ଦୁର୍ଘଟଣା ଦିବସ ପାଇଁ ବିଏମ୍ସିର ମେଗା ସଚେତନକା କାର୍ଯ୍ୟକ୍ରମ

 ଭୁବନେଶ୍ୱର; ତା 24.06.2025ରିଖ: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୂନ ଦୁର୍ଘଟଣା ଦିବସ ପାଇଁ ଗତ 10 ତାରିଖରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଜିରୋ ଆକ୍ସିଡେଣ୍ଟ ଡେ ଅବସରରେ ଭୁବନେଶ୍ୱର 67 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ଅଭିରାମ ବସ୍ତିରେ ଅନୁଷ୍ଠିତ ହୋଇଥିଲା ମେଗା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଏହି ବସ୍ତିରେ ରହୁଥିବା 200 ଶହରୁ ଅଧିକ ଡ୍ରାଇଭର ଏବଂ ସେମାନଙ୍କର ପରିବାର ଲୋକେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମଧୁସ୍ମିତା ପ୍ରଧାନ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ ଏବଂ ମାଡ୍ରାସ ଆଇଆଇଟିର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଫର୍ ରୋଡ ସେଫ୍ଟିର ପ୍ରମୁଖ ପ୍ରକଳ୍ପ ଅଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁ ଅତିଥି ଭାବେ ଯୋଗଦେଇଥିଲେ ।

            ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ ‘ନିରାପଦରେ ଘରକୁ ଫେରନ୍ତୁ’ ଥିମର ତାତ୍ପର୍ଯ୍ୟ ବୁଝାଇ ଥିଲେ । ଏଥିପାଇଁ ଘରେ ରହୁଥିବା ମହିଳାମାନେ ସେମାନଙ୍କ ପରିବାରରେ ଥିବା ଡ୍ରାଇଭରଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

            ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ ସାମାନ୍ୟତମ ଅନ୍ୟ ମନସ୍କ, ଦୃତ ଗତି ମୁହୁର୍ତ୍ତକ ମଧ୍ୟରେ ଗୋଟିଏ ପରିବାରକୁ ଅସୁବିଧାରେ ପକାଇ ପାରେ । ବିଭିନ୍ନ ଉଦାହରଣ ଦେଇ ସେ କହିଥିଲେ ଯେ, ଗାଡି ଚଳାଇବା ବେଳେ ଟ୍ରାଫିକର ସମସ୍ତ ନିୟମ ମାନି ଗାଡି ଚଳାଇବା ଦରକାର । କେତେକ ବାଇଟ୍ ଚାଳକ କେବଳ ଟ୍ରାଫିକ ଛକରେ ହେଲମେଣ୍ଟ ପିନ୍ଧିଥାନ୍ତି । ଟ୍ରାଫିକ୍ ଛକ ପାରି ହୋଇଯିବା ପରେ ସେମାନେ ହେଲମେଣ୍ଟ ଖୋଲି ଗାଡିରେ ଝୁଲାଇ ଦିଅନ୍ତି । ହେଲମେଣ୍ଟ ହେଉ କି ସିଟ୍ ବେଲ୍ଟ , ଏହା ସରକାରୀ ନିୟମ ମାନିବାକୁ ବା ଜୋରିମାନରୁ ବର୍ତ୍ତିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ନିଜର ତଥା ନିଜ ପରିବାର ସୁରକ୍ଷା ପାଇଁ କୁହାଯାଉଛି । ଏଣୁ ସରକାର ଯେଉଁ ନିୟମ କରୁଛନ୍ତି, ତାହା ଆମମାନଙ୍କର ସୁରକ୍ଷା ତଥା ନିରାପତ୍ତା ପାଇଁ ।

            ରୋଡ ସେଫ୍ଟିର ପ୍ରମୁଖ ପ୍ରକଳ୍ପ ଅଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁ, ସଡକ ସୁରକ୍ଷା ନିୟମ ସଂପର୍କରେ ବିଭିନ୍ନ ଉଦାହରଣ ସହ ବୁଝାଇଥିଲେ । ପରେ ଉପସ୍ଥିତ ଜନତାଙ୍କୁ ସଡକ ସୁରକ୍ଷା ତଥା ନିରାପଦରେ ଘରକୁ ଫେରନ୍ତୁ ସଂପର୍କରେ ଶପଥ କରାଇଥିଲେ ।

            ଘରର ପୁରୁଷମାନେ ଗାଡି ନେଇ ବାହାରକୁ ଯାଇଥିବା ବେଳେ ଘରର ମହିଳା ବାରମ୍ବାର ଫୋନ କରି ବିଭିନ୍ନ ଜିନିଷ ଆଣିବା ପାଇଁ ବରାଦ କରିଥାନ୍ତି । ମାତ୍ର ସେପରି କରିବା କଥା ନୁହେଁ । ବାହାରକୁ ଗାଡି ନେଇଯାଇଥିବା ଲୋକ କେଉଁଠି, କିପରି ସ୍ଥିତିରେ ରହିଛି, ତାହା ବୁଝିବା ଦରକାର ବୋଲି ଧନ୍ୟବାଦ ଦେବା ଅବସରରେ କହିଥିଲେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମଧୁସ୍ମିତା ପ୍ରଧାନ ।

            ସଡକ ସୁରକ୍ଷା ସଂପର୍କିତ ଏକ କୁଇଜ୍ ପ୍ରତିଯୋଗୀତା ହୋଇଥିଲା । ଏଥିରେ ଅଭିରାମ ବସ୍ତିର ଦେବାଶିଷ ଦାସ, ସୁରେଶ କୁମାର ନାୟକ ଓ ନିର୍ମଳା କୁମାରୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । ଅତିଥିମାନେ ତନିଜଣ ବିଜେତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଆସନ୍ତା କାଲି ଶୂନ ଦୁର୍ଘଟଣା ଦିବସ ଅବସରରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଫ୍ଲାସ ମବ୍ ଏସପ୍ଲାନେଡ ମଲଠାରେ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com