ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆଜି ଭକ୍ତ ଭଗବାନଙ୍କ ଦିବ୍ୟ ମିଳନର ପର୍ବ ।

ପୁରୀ ୨୭/ଜୁନ୍ : ଆଜି ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା, ଉତ୍ସବରେ ଭକ୍ତ, ଚାରିଆଡେ ଶଙ୍ଖ, ଘଣ୍ଟ, ଢୋଲ, ବାଜା, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଛି ବଡଦାଣ୍ଡ । ରଥରେ ତିନି ଦିଅଁକୁ ଦେଖିବା ପାଇଁ ବ୍ୟାକୁଳରେ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ। ଆଜିର ଦିନରେ ସବୁବର୍ଗର ଭକ୍ତ ଭଗବାନଙ୍କୁ ଭେଟି ମୋକ୍ଷ ପ୍ରାପ୍ତି ସହ କୋଟି ଜନ୍ମ ତପସ୍ୟାର ଫଳ ପାଇବେ । ଆଜିର ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ଗଭୀର ଆଧ୍ୟାତ୍ମିକ ଏବଂ ଭାବପ୍ରବଣ ମୁହୂର୍ତ୍ତ । ଏହା ଏକମାତ୍ର ପର୍ବ ଯେଉଁଥିରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ, ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ଅଂଶଗ୍ରହଣ କରନ୍ତି। ଧର୍ମ, ସଂକୀର୍ଣ୍ଣ ମାନସିକତା, ସବୁକିଛି ଆଜି ଧୂଳିସାତ। ଆଜିର ପର୍ବରେ କାହା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଏହି ପର୍ବ ସାରା ବିଶ୍ୱବସିଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଦିଏ। ସବୁ ବର୍ଗର ଭକ୍ତ ଭଗବାନଙ୍କ ସେବା କରିବାର ସୁଯୋଗ ପାଆନ୍ତି। ସମାଜର ବିଭିନ୍ନ ନିୟମ ଏଠାରେ ଅଣଦେଖା କରାଯାଏ। ଏହି ଉତ୍ସବ ଭକ୍ତ ଓ ଭଗବାନଙ୍କ ଦିବ୍ୟ ର୍ମିଳନର ଉତ୍ସବ, ଯାହାର ସାକ୍ଷୀ ହୋଉଛି ସାରା ଜଗତ । “