Featuredଐତିହ୍ୟ ଓ ସଂସ୍କୃତି

ବଡଦାଣ୍ଡରେ ଭିନ୍ନ ଦୃଶ୍ୟ ଲୋକ ଗହଳିରେ ଗୀତା ପଢୁଛନ୍ତି ଭକ୍ତ…

ପୁରୀ, ୨୭/ଜୁନ୍ : ଉତ୍ସବରେ ବଡଦାଣ୍ଡ…ବଡଦାଣ୍ଡ ହେଉଛି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟ ମାର୍ଗ… ଚାରିପାଖରେ ଶଙ୍ଖ ଧ୍ୱନି, ଘଣ୍ଟା, ଢୋଲ ଓ ଜୟ ଜଗନ୍ନାଥ ର ଗୁଞ୍ଜନ… ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ, କିନ୍ତୁ ଏହି ଭୀଡ଼ ମଧ୍ୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି…ଜଣେ ଭକ୍ତ ଶାନ୍ତ ଭାବେ ବଡ଼ଦାଣ୍ଡରେ ବସି ପଢ଼ୁଛନ୍ତି “ଶ୍ରୀମଦ୍ ଭଗବଦ୍‌ଗୀତା”। ରଥ ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟତୀତ, ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ଅଧିକ ଦୈବିକ କାର୍ଯ୍ୟ। ତାଙ୍କ ଆଖି ନୀରବ, କିନ୍ତୁ ମନ ପ୍ରବଳ, ପ୍ରତି ଶ୍ଲୋକରେ ତାଙ୍କର ଶ୍ରଦ୍ଧାର ଝଙ୍କାର …ଏହି ଭକ୍ତ ଜାଣିଛନ୍ତି , ମହାପ୍ରଭୁ ଦୃଶ୍ୟରେ ନୁହେଁ, ଭାବରେ ପ୍ରକାଶ ହୁଅନ୍ତି… ଏବଂ ଭଗବଦ୍‌ ଗୀତା ପାଠରେ ତାଙ୍କର ଭକ୍ତି ପ୍ରକାଶିତ ହେଉଛି । ଭକ୍ତଙ୍କ ବରଂବାର ଭାଗବତ ପାଠ , ଭକ୍ତଙ୍କୁ ଭଗବାନଙ୍କ ସମୀପ ହେବାରେ ସାହାଯ୍ୟ କରୁଛି , ତାଙ୍କର ପ୍ରତିଟି ଶ୍ଳୋକରେ ଭକ୍ତିର ଶୁଦ୍ଧତା ଅନୁଭବ ହେଉଛି… ଏହି ରଥଯାତ୍ରା କେବଳ ତିନି ଦିଅଁଙ୍କ ଯାତ୍ରା ନୁହେ ନୁହେଁ… ଏହା ପ୍ରତିଟି ଭକ୍ତର ଆତ୍ମାର ଯାତ୍ରା… ଏହି ଭାଗବତ ପାଠ ଭକ୍ତଙ୍କ ପାଇଁ ଖୋଲୁଛି ମୋକ୍ଷର ପଥ…

Related Articles

Back to top button
WP Twitter Auto Publish Powered By : XYZScripts.com