ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଝୁଲି ଝୁଲି ଆସୁଛନ୍ତି ଠାକୁର ; ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି

 

ପୁରୀ, ୨୭/୦୬ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଛି। ଏବେ ପ୍ରଭୁ କାଳିଆ ସାଆନ୍ତ ଝୁଲିଝୁଲି ନନ୍ଦିଘୋଷ ରଥ ଅଭିମୁଖେ ଆସୁଛନ୍ତି। ତାଙ୍କୁ ରଥ ଉପରେ ବିରାଜିତ କରିବା ପାଇଁ ଏହି ଦିବ୍ୟ ନୀତି ଅନୁଷ୍ଠିତ ହେଉଛି। ଘଣ୍ଟା, ଶଙ୍ଖ, ଧୋଳ ଓ ମନ୍ତ୍ରୋଚ୍ଚାରଣରେ ଆଶ୍ଚର୍ଯ୍ୟଜନକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇସାରିଛି। ଅପରାହ୍ନ ୨:୩୦ରୁ ୩:୩୦ ମଧ୍ୟରେ ଛେରାପହଁରା ହେବା ଓ ସେଠାରୁ ଠିକ୍ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି ହୋଇଛି। ଏହି ଦିନ ଦର୍ଶନ ଓ ସେବା ପାଇଁ ଗୁରୁବାରଠାରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ପହଞ୍ଚିଯାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com