ଓଡ଼ିଶା

2 ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍

ପୁରୀ() ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ। ତା ପରେ ୫ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ। ଶ୍ରୀମନ୍ଦିର ଭିତରେ ସେ ୪ମିନିଟ ସମୟ ଅତିବାହିତ କରିବେ।୨୦ତାରିଖ ସକାଳ ୧୦.୩୫ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ।

୧୧ଟାରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ଯୋଗ ଦେବେ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳଆଇଜି ନରସିଂହ ଭୋଳ।ଏସପି କେ.ବିଶାଲ ସିଂହଙ୍କ ସହ ମିଶି ସେ ଏହି ଅନୁଧ୍ୟାନ କରିଛନ୍ତି।ଗୌଡୀୟ ମଠ ଓ ଶରଧାବାଲିରେ ଅନୁଧ୍ୟାନ ସହ ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ରାଷ୍ଟ୍ରପତିଙ୍କ ଆସିବାରୁ ଯିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା,ଶ୍ରୀମନ୍ଦିର ଦର୍ଶନ,ରୁଟ ସିକ୍ୟୁରିଟି ବ୍ୟବସ୍ଥା ସଂପର୍କରେ ପ୍ରାରମ୍ଭିକ ଅନୁଧ୍ୟାନ କରିଛନ୍ତି।
ବାଇଟ୧- ନରସିଂହ ଭୋଳ,କେନ୍ଦ୍ରାଞ୍ଚଳ ଆଇଜି

Related Articles

Back to top button
WP Twitter Auto Publish Powered By : XYZScripts.com