ଓଡ଼ିଶା

ରାଶନ କାର୍ଡ e-KYC ଯାଞ୍ଚ ପାଇଁ ଅନ୍ତିମ ସୂଚନା

ଭୁବନେଶ୍ୱର, ୩୦|୦୬:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ଦେଶର ରାଶନ କାର୍ଡ ହିତାଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି e-KYC କରିବାର ଶେଷ ତାରିଖ ଅଟେ। ଯେଉଁ ହିତାଧିକାରୀ e-KYC ସମ୍ପନ୍ନ କରିନାହାନ୍ତି, ସେମାନଙ୍କ ରାଶନ କାର୍ଡ ୩ ମାସ ପାଇଁ ସସ୍ପେଣ୍ଡ ହେଇଯିବ।

୩ ମାସ ମଧ୍ୟରେ e-KYC କରିଦେଲେ, ସେମାନଙ୍କ କାର୍ଡ ପୁନଃ ସଚଳ ହେବ, ନହେଲେ ସେ କାର୍ଡ ସମ୍ପୂର୍ଣ୍ଣ ଭାବେ ବାତିଲ୍‌ ହୋଇଯିବ। ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୫୮ ହଜାର ହିତାଧିକାରୀ e-KYC କରିନାହାନ୍ତି। ତେଣୁ ଏହା ଲୋକଙ୍କ ପାଇଁ ଗମ୍ଭୀର ଚେତାବନୀ ଅଟେ।

 

Related Articles

Back to top button
WP Twitter Auto Publish Powered By : XYZScripts.com