ଅନ୍ତର୍ଜାତୀୟ
ଆକାଶରେ ଚାପ ହ୍ରାସ: ମୁମ୍ବାଇରେ ଇଥିଓପିଆନ୍ ବିମାନର ଜରୁରୀ ଅବତରଣ ।

ମୁମ୍ବାଇ ୩୦/ଜୁନ୍ : ଇଥିଓପିଆର ରାଜଧାନୀ ଆଡିସ୍ ଆବାବାରୁ ମୁମ୍ବାଇକୁ ଯାଉଥିବା ବୋଇଂ ୭୮୭ ଡ୍ରିମଲାଇନର ବିମାନ ଇଟି-୬୪୦ ରେ ମଝି ଆକାଶରେ ଚାପ ହ୍ରାସ ଘଟିଥିବାରୁ ଶୁକ୍ରବାର ରାତି ୧:୫୫ରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନରେ ୩୦୦ ଯାତ୍ରୀ ଏବଂ ୧୧ଜଣ କ୍ରୁ ସଦସ୍ୟ ଥିଲେ। ଘଟଣା ସମୟରେ ବିମାନଟି ୩୩୦୦୦ ଫୁଟ ଉଚ୍ଚତାରେ ଆରବ ସାଗର ଉପରେ ଉଡୁଥିଲା। ଚାପ ହ୍ରାସ ଫଳରେ ୭ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ, ଯେଉଁଥିରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ବୋଇଂ ୭୮୭ ଡ୍ରିମଲାଇନର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି, ଯେପରିକି ନିକଟରେ, ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ, ଜଣେ ଯାତ୍ରୀଙ୍କୁ ଚଡି ସଭିଙ୍କ ମୃତ୍ୟୁ ହୋଇଥିଲା।