ଓଡ଼ିଶା

ଦାରିଙ୍ଗବାଡ଼ି ରଥଯାତ୍ରାରେ ବିଳମ୍ବ ଓ ଅସନ୍ତୋଷ

ଦାରିଙ୍ଗବାଡ଼ି, ୩୦।୦୬ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ ଏବଂ ସନ୍ଧ୍ୟା ୬ଟା ପରେ ରଥଟଣା ଘଟିଥିବା ସହ ବାଟରେ ରଥର ଚକ ଭାଙ୍ଗିଯିବାରୁ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଶ୍ରଦ୍ଧାଳୁ ଏହି ବିଳମ୍ବକୁ ନିନ୍ଦା କରି, ଆଧୁନିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ସହ ଜଗନ୍ନାଥ ସଂସ୍କୃତିର ଅବମାନନା ଘଟିଛି ବୋଲି ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଏହି ଅବ୍ୟବସ୍ଥା ପାଇଁ ପରିଚାଳନା କମିଟିକୁ ଦାୟୀ କରିଛନ୍ତି।

ଏହି ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସାହୁ ଘଟଣାକୁ ହାଲୁକା ଭାବେ ନେଇଥିଲେ, ଲୋକପକ୍ଷରୁ ଅସନ୍ତୋଷ ଭାବ ବ୍ୟକ୍ତ ହେଉଛି। ଘଟଣା ସ୍ଥଳରେ ଡିଏସ୍‌ପି କନକ ମାଝୀ ଓ ବିଡିଓ ପ୍ରୀତିରଞ୍ଜନ ରଥ ଉପସ୍ଥିତ ଥିବା ସମୟରେ ରଥ ମରାମତି ଓ ଯାତ୍ରା ଶୃଙ୍ଖଳିତ ଭାବେ ଚାଲିଥିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଖବର ଲେଖା ପର୍ଯ୍ୟନ୍ତ ରଥ ଚକ ଭାଙ୍ଗି ରହିଥିବା ଓ କମିଟି ଟାଳଟୁଳ ଭାବ ଅବଲମ୍ବନ କରିଥିବା ଦେଖାଯାଉଛି, ଯାହା ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com