Featured

ତେଲେଙ୍ଗାନାରେ ଦୁଃଖଦ ଦୁର୍ଘଟଣା: କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ, ଦଶ ମୃତ ।

ହାଇଦ୍ରାବାଦ ୩୦/ଜୁନ୍ :ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାର ସିଗାଚି ଅଞ୍ଚଳରେ ଥିବା ଏକ ଫାର୍ମା କେମିକାଲ ଫ୍ୟାକ୍ଟ୍ରୀରେ ଗୁରୁତର ବିସ୍ଫୋରଣ ଘଟିଛି, ଯାହାରେ ଅଟାଳି ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୦ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ନିକଟସ୍ଥ ଆସ୍ପତାଳକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର ଗୁରୁତ୍ୱ ଦୃଷ୍ଟିରେ ୧୧ଟି ଦମକଳ ବାହିନୀ ମାନେ ଘଟଣାସ୍ଥଳରେ ନିଆଁ ନିୟନ୍ତ୍ରଣରେ ଲାଗି ପଡ଼ିଛନ୍ତି। ଘଟଣା ପରେ ଶ୍ରମିକଙ୍କ ମଧ୍ୟରୁ କିଛି ଜଣଙ୍କ ସନ୍ଧାନ ଚାଲିଛି ବୋଲି ପ୍ରଶାସନ କହିଛି। ଅପରେସନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ମୃତଦେହ ଉଦ୍ଧାର ହୋଇନାହିଁ ବୋଲି ଅଧିକାରୀ ମାନେ ଜଣାଇଛନ୍ତି। ଫ୍ୟାକ୍ଟ୍ରୀ ମଧ୍ୟରେ କେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ବା କିପରି ଘଟିଲା, ସେ ବିଷୟରେ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ଦେଶର କାରଖାନା ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁନଃ ଚିନ୍ତନ କରାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com