ରାଜନୀତି

ବିଏମସି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ ।

ଭୁବନେଶ୍ୱର ୦୧/ଜୁଲାଇ: ବିଏମସିର ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳ ସୂତ୍ରରୁ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏହି ଅଘଟଣା ପାଇଁ ସରକାର ଦାୟିତ୍ୱ ନେବେ କି? ବିଜେପି ଏଭଳି ଟ୍ରେଣ୍ଡ ଆରମ୍ଭ କରିଛି ଯାହାର ପ୍ରଭାବରେ ସରକାରୀ ଅଧିକାରୀମାନେ ସଠିକ୍ ଭାବେ କାମ କରିପାରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଜଣେ ଅଫିସରଙ୍କୁ ଯେପରି ଅପମାନିତ କରାଯାଇଛି, ତାହା ସମସ୍ତ ଆଇଏଏସ, ଓଏଏସ ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଅପମାନ କରିବା ସମାନ। ଏଭଳି ଅପରାଧ ଘଟାଇଥିବା ସମସ୍ତଙ୍କୁ ଗିରଫ କରିବା ଦାବି ସହ କଂଗ୍ରେସ ସରକାର ପାଖରେ ଦାବି କରିଛି ଯେ, ସମସ୍ତ ସରକାରୀ ଅଧିକାରୀଙ୍କୁ ଶାସନ ତରଫରୁ କ୍ଷମା ମାଗିବା ଉଚିତ ଓ ମୁଖ୍ୟମନ୍ତ୍ରୀ ଦ୍ୱାରା ଏକ ସର୍କୁଲାର ଜାରି ହେବା ଦରକାର ଯେ, କିଏ ଜନଶୁଣାଣିକୁ ଯିବେ ଓ କିପରି ବ୍ୟବହାର କରିବେ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି ୨୫ ଲକ୍ଷ ଟଙ୍କା ଦେଲେ କିମ୍ବା କ୍ଷମା ମାଗିଲେ ଏହାର ସମାଧାନ ହେବ କି? ସରକାର ତାଙ୍କ ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ସଂଶୋଧନ କରିବା ଦରକାର ବୋଲି ଦଳ ଦାବି କରିଛି। ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ଉପସଭାପତି ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ସଭାପତି ଓ ଅନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ମତାନୁସାରେ ନିଷ୍ପକ୍ଷ ଓ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ବିନାେ ଲୋକଙ୍କ ଆସ୍ଥା ଫେରିପାରିବ ନାହିଁ।

 

Related Articles

Back to top button