ବିଏମ୍ସି ଅଫିସ୍ରେ ଗୁଣ୍ଡାରାଜ ବିରୋଧରେ ବିସ୍ଫୋରଣ: ନ୍ୟାୟ ପାଇଁ ଜୋରଦାର ଆନ୍ଦୋଳନ ।

ଭୁବନେଶ୍ୱର ୦୩/ଜୁଲାଇ : ବିଏମ୍ସି ଅଫିସ୍ରେ ଅତିରିକ୍ତ କମିଶନର ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସମସ୍ତ କର୍ମଚାରୀ ଓ ଅଧିକାରୀ ମିଶି ଗୁଣ୍ଡାରାଜ ବିରୋଧରେ ଜୋରଦାର ପ୍ରତିବାଦ କରୁଛନ୍ତି। ଚତୁର୍ଥ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀ ଯାଏଁ ଏକତ୍ରିତ ହୋଇ ଅନ୍ୟାୟ ବିରୋଧରେ ଅନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଅନ୍ଦୋଳନ ରୂପ ନେଇଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ପାଇଁ ଦାବି ସହିତ କଲମ ଛାଡ଼ ଆନ୍ଦୋଳନରେ। ଏପର୍ଯ୍ୟନ୍ତ ୫ ଜଣ ଗିରଫ ହେଲେ ମଧ୍ୟ ମୁଖ୍ୟ ଦୋଷୀ ଗିରଫ ନହେବାରୁ ଟିମ୍ ବିଏମ୍ସି ଅସନ୍ତୁଷ୍ଟ ଓ ରୂଷ୍ଟ। ଏହି ଅବସ୍ଥାକୁ ନେଇ କମିଶନର ରାଜେଶ ପ୍ରଭାକର ପାଟିଲ୍ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ଗିରଫ ନହେଲେ ଆନ୍ଦୋଳନ ଚାଲିବ।ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି ଯେ ଏହା ଜୀବନ ଓ ସୁରକ୍ଷାର ପ୍ରଶ୍ନ। ଏପରି ଘଟଣା ପରେ ଅନ୍ୟ କେହି ଅନ୍ତରର୍ଆତ୍ମା ରୁ ସେବା କରିପାରିବେ ନାହିଁ। ଅତି ଆବଶ୍ୟକ ସେବା ଦିଆଯାଉଛି, କିନ୍ତୁ ସାଧାରଣ କାର୍ଯ୍ୟ ବନ୍ଦ ରହିଛି। ଘଟଣାର ସଂପୃକ୍ତ ସମସ୍ତଙ୍କୁ ଗିରଫ ସହ ମାଷ୍ଟରମାଇଣ୍ଡକୁ ଗିରଫ କରିବା ଦାବି ଜୋରଦାର ହେଉଛି। ରଥଯାତ୍ରା ସମୟରେ ପୁରୀ ବ୍ୟତୀତ ୨୯ଟି ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟ ବନ୍ଦ ଥିବାରୁ, ମେୟର ସରକାର ସମ୍ମୁଖରେ ଏହି ଅନ୍ଦୋଳନକୁ ଗମ୍ଭୀର ଭାବେ ନେଇ ତୁରନ୍ତ ଚାର୍ଜସିଟ୍ ଓ ଗିରଫ ପାଇଁ ଦାବି କରିଛନ୍ତି।