ଓଡ଼ିଶା

ପୋଷାକ . ଜୋତା , ସ୍ନାକ୍ସ ହେବ ଶସ୍ତା ;ଆହୁରି କମିବା ଜିଏସଟି ଦର

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ; ଆଶ୍ଵାସନା ପାଇବେ ମଧ୍ୟବିତ ଓ ନିମ୍ନମଧ୍ୟବିତ ଲୋକ

ଭୁବନେଶ୍ୱର ୦୩|୦୭: ବଜେଟରେ ଆୟକୁ ନେଇ ବଡ ଘୋଷଣା କରିଥିବା କେନ୍ଦ୍ର ସରକାର ଖୁବ ଶୀଘ୍ର ସାମଗ୍ରୀ ଓ ସେବା ଟୀକଶ ତଥା ଜିଏସଟିରେ ହ୍ରାସ କରିବାକୁ ଯାଉଛନ୍ତି | ଏହାର ପ୍ରଭାବରେ ସାଧାରଣ ଜନତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ଟୁଥପେଷ୍ଟ, ବାସନକୁସନ, ପୋଷାକ , ଜୋତା , ଘିଅ , ସାବୁନ , ସ୍ନାକ୍ସ ଆଦି ଶସ୍ତା ହେବାର ସମ୍ଭାବନା ରହିଛି | ଜିଏସଟି କମ କରି ସରକାର ମଧ୍ୟବିତ ଓ ନିମ୍ନ ମଧ୍ୟବିତ୍ତ ଦର ଦାମ ଅସ୍ବସ୍ତି ଦେବାକୁ ଚାହୁଁଛନ୍ତି | କେନ୍ଦ୍ର ସରକାର ୧୨ ପ୍ରତିଶତ ଟିକଟ ସ୍ଲାବକୁ ନେଇ ଦୁଇଟି ବିକଳ୍ପ ଉପରେ ଚିନ୍ତା କରୁଛନ୍ତି | ମଧ୍ୟବିତ ଓ ଆର୍ଥିକ ସ୍ତରରେ ଦୁର୍ବଳ ବ୍ୟକ୍ତି ମାନେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକରୁ ୫ ପ୍ରତିଶତ ସ୍ଲାବକୁ ସାମିଲ କରାଯିବାର ସମ୍ଭାବନା ରହିଛି | ତେବେ ଜିଏସଟି ସ୍ଲାବରେ ହ୍ରାସ ପାଇଲେ ସରକାରଙ୍କ ୫୦ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ | କିନ୍ତୁ ଏହି ପ୍ରଭାବରେ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି | ସରକାର ଭାବୁଛନ୍ତି ଯେ ଜିନିଷର ଦାମ କମିଲେ ତାହାର ବ୍ୟବହାର ବଢିବା ସହ ଅଧିକ ଟିକସ ମିଳିବ

Related Articles

Back to top button