ଓଡ଼ିଶାଜାତୀୟ

ଧନୀଙ୍କ ପାଇଁ ଡବଲ ଇଞ୍ଜିନ; ଗରିବଙ୍କୁ ଲୁଟୁଛି ସରକାର – ମଲ୍ଲୀକାର୍ଜୁନ ଖଡ଼ଗେ

ଭୁବନେଶ୍ୱର,୧୧।୦୭: କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଖଡ଼ଗେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ହେଉଛି ଦେଶର ସମ୍ବିଧାନକୁ ସମାପ୍ତ କରିବା।”

ଓଡ଼ିଶାରେ କଂଗ୍ରେସର ଅବଦାନକୁ ଉଜାଗର କରି ଖଡ଼ଗେ କହିଛନ୍ତି, “ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି, ତାହା କଂଗ୍ରେସ କରିଛି। ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସର କରିଛି । ବିଜେପିର ଅବଦାନ ଜିରୋ। ଏମାନେ ଏଠାରେ କିଛି କାମ କରିନାହାନ୍ତି, କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି।”

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଜେପି କିଛି କାମ ନକରି କେବଳ ଦେଶର ସମ୍ପଦ ବିକ୍ରି କରିବାରେ ଲାଗିଛି। “ବିଜେପି କେବଳ ବିକ୍ରି କରିବାରେ ବ୍ୟସ୍ତ। ଡବଲ ଇଞ୍ଜିନ ସରକାର ଗରିବଙ୍କୁ ଲୁଟୁଛି ଓ ଧନୀଙ୍କୁ ସୁବିଧା ଦେଉଛି,” ବୋଲି ଖଡ଼ଗେ କହିଛନ୍ତି।

ଏହି ସମାବେଶରେ ଖାର୍ଗେଙ୍କ ବକ୍ତବ୍ୟ ଭାଜପା ସରକାରଙ୍କ ବିରୁଦ୍ଧରେ ଜନଅସନ୍ତୋଷକୁ ଆହୁରି ଜୋରଦାର କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Related Articles

Back to top button