ଓଡ଼ିଶା

Joint movement of Congress and Left parties.

ଭୁବନେଶ୍ୱର ୧୭/ଜୁଲାଇ : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି (ଜୁଲାଇ ୧୭) ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଘୋଷଣା କରିଛି। ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦ ସମୟରେ ସାଧାରଣ ଯାତାୟାତ, ବଜାର, ଦୋକାନ, ପେଟ୍ରୋଲ ପମ୍ପ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବ। ଏହି ଆନ୍ଦୋଳନ ବାଲେଶ୍ବର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ଛାତ୍ରୀଙ୍କ ଆତ୍ମଦାହ ଓ ପରେ ଏମ୍‌ସ ରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କରାଯାଉଛି। ଛାତ୍ରୀଙ୍କ ଦେହ ୯୫% ପୋଡିଥିଲା ଓ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍‌ସରେ ଭର୍ତି କରାଯାଇଥିଲା, କିନ୍ତୁ ସେ ଆଖି ବୁଜିଥିଲେ। ତାଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ପୂର୍ବାହ୍ନରେ ଭୋଗରାଇ ଅଞ୍ଚଳରେ ହୋଇଛି। କଂଗ୍ରେସ ସହ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଫରୱାର୍ଡ ବ୍ଲକ୍, ଏନସିପି, ଏସ୍ପି ଏବଂ ଆରଜେଡି ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ରାଜ୍ୟ ସରକାର ଏହି ବନ୍ଦ ସମୟରେ ଜରୁରୀ ସେବା ଅକ୍ଷୁଣ୍ଣ ରହିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଆଜି ଓଡିଶା ବନ୍ଦର ଡାକରା ଜାରି ରହିଛି, ଏବଂ ବିରୋଧୀ ଦଳମାନଙ୍କର ଆନ୍ଦୋଳନ ଓ ପ୍ରଚେଷ୍ଟା କେତେଦୂର ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ, ଏବଂ ସରକାର ଆଗାମୀ ଦିନରେ କଣ ପଦକ୍ଷେପ ନେବେ ।

 

Related Articles

Back to top button