
ଛତିଶଗଡ଼ ୧୮/ଜୁଲାଇ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜି ଛତିଶଗଡ଼ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ଭିଲାଇରେ ବାଘେଲଙ୍କ ଘରେ ଚଢାଉ ସମୟରେ ଏହି ଗିରଫଦାରୀ ହୋଇଥିଲା। ଚୈତନ୍ୟଙ୍କ ଜନ୍ମଦିନ ଥିବାରୁ, ଭୂପେଶ ବାଘେଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, “ମୋ ପୁଅର ଜନ୍ମଦିନରେ ମୁଁ ଇଡି ଠାରୁ ଏକ ଉପହାର ପାଇଲି।” ଚଢାଉ ସମୟରେ ଭୂପେଶଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ପୋଲିସ ସହିତ ଧସ୍ତାଧସ୍ତି ଏବଂ ପ୍ରତିବାଦ କରିଥିଲେ। ଗିରଫଦାରୀ ଛତିଶଗଡ଼ ଅବକାରୀ ଦୁର୍ନୀତି ମାମଲା ସହିତ ଜଡିତ। ଇଡି ତଦନ୍ତରୁ ଜଣାପଡିଛି ଯେ ରାଜ୍ୟରେ ଅବୈଧ ମଦ ବ୍ୟବସାୟ ଏକ ବଡ଼ ସିଣ୍ଡିକେଟ୍ ରୂପ ନେଇଥିଲା, ଯାହା ମାଧ୍ୟମରେ ପ୍ରାୟ ₹୨୧୬୧ କୋଟି ଟଙ୍କାର ଅବୈଧ ଆୟ ହୋଇଥିଲା। ଏହି ମାମଲାରେ ଅନିଲ ଟୁଟେଜା, ଅନୱର ଧେବର ଏବଂ ତତ୍କାଳୀନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କ ନାମ ସାମ୍ନାକୁ ଆସିଛି। ଏହି ଆୟରୁ ମାସିକ ନଗଦ ଦେୟର ବିବରଣୀ ମଧ୍ୟ ମିଳିଛି। ଏହି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଇଡି ଚୈତନ୍ୟଙ୍କୁ ଅଟକ ରଖିଛି।