ଅନ୍ୟାନ୍ୟ

ଭାରତୀୟ ସେନାରେ ବିନା ପରୀକ୍ଷାରେ ଭର୍ତ୍ତି ହେବାର ନୂଆ ସୁଯୋଗ: ଆଜିଠୁ ଆରମ୍ଭ ଆବେଦନ

ପୂରଣ ହେବ ଭାରତୀୟ ସେନାରେ ଯୋଗ ଦେବାର ସ୍ୱପ୍ନ । ଏସଏସସିର ଟେକ୍ନିକାଲ ଅଫିସର ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ସେନା ବିଭାଗ । ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆନ ଆର୍ମିର ଅଫିସିଆଲ ୱେବସାଇଟ joinindianarmy.nic.in ମାଧ୍ୟମରେ ଆବେଦନ କରି ପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୮ ତାରିଖରୁ ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହାବ୍ୟତୀତ ପ୍ରାର୍ଥୀମାନେ ସିଧା ଏହାର ଲିଙ୍କ https://joinindianarmy.nic.in/writereaddata/Portal/Notification ଦ୍ୱାରା ମଧ୍ୟ ଆବେଦନ କରିପାରିବେ । ଏହି ବିଜ୍ଞପ୍ତି ଦ୍ୱାରା ମୋଟ ୧୭୫ ପଦରେ ପ୍ରାର୍ଥୀ ଚୟନ କରାଯିବ ।
ଏହି ପଦ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଜଣକ ସମ୍ପୃକ୍ତ ଶାଖାରେ ଇଞ୍ଜିନିୟରିଙ୍ଗରେ ସ୍ନାତକ ହାସଲ କରିବା ଆବଶ୍ୟକ । ତେବେ ଏଥିପାଇଁ ପ୍ରାର୍ଥୀଙ୍କ ବୟସସୀମା ୨୦ରୁ ୨୭ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଆବେଦନର ଶର୍ଟଲିଷ୍ଟ ଏବଂ ସାକ୍ଷାତକାରର ଦୁଇଟି ପର୍ଯ୍ୟାୟ ସହିତ ମେଡିକାଲ ଟେଷ୍ଟ ଆଧାରରେ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com