ଅନ୍ୟାନ୍ୟ

କଟକ ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ, ୩୧ /୦୧/୨୦୨୩ –    କଟକ ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବକ୍ସିବଜ଼ାର ଅଗ୍ନିଶମ ୟୁନିଟ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସରକାରୀ ସମ୍ପୃକ୍ତ କାମ ଏଠାରେ ହେଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ି ଯାଇଥିବା ଜଣାପଡିଛି । କାର୍ଯ୍ୟାଳୟ ଭିତରେ ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡ଼ିକାଲକୁ ପଠାଯାଇଛି । ଏ ନେଇ ସହକାରୀ ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com