ଅନ୍ୟାନ୍ୟ

ଥାନାରେ ଅଭିଯୋଗ ପଞ୍ଜିକରଣ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ, ୦୭/୧୨/୨୦୨୨ –   ଅଭିଯୋଗ ପଞ୍ଜିକରଣ ନକଲେ ଏଣିକି ଥାନା ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପୋଲିସର ନିଷ୍କ୍ରିୟତା ଉପରେ ଯୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ । ଜଣେ ବ୍ୟକ୍ତି ନିର୍ଯ୍ୟାତିତ ହେଉଥିଲେ ସେ ଆଇନର ଦ୍ୱାରସ୍ଥ ହୋଇ ଥାନାରେ ଅଭିଯୋଗ କରିଥାଏ । କିନ୍ତୁ ବହୁ ସମୟରେ ଥାନାରେ ଲୋକଙ୍କ ଅଭିଯୋଗକୁ ପଞ୍ଜିକରଣ କରାଯାଇ ନ ଥାଏ । ରାଜ୍ୟରେ ବାରମ୍ବାର ଏପରି ଅଭିଯୋଗ ସାମ୍ନାକୁ ଆସୁଛି । ସାଧାରଣ ଲୋକଙ୍କ ଠାରୁ ଏନେଇ ଅଭିଯୋଗ ଆସୁଛି ।

ଏଭଳି ମାମଲାରେ ପୋଲିସ ପଞ୍ଜୀକରଣ ନକଲେ ଏହା ସୁପ୍ରିମକୋର୍ଟଙ୍କ ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟରେ ଉଲ୍ଲେଖ କରାଯାଇଥିବା ନିୟମାବଳୀର ଉଲ୍ଲଂଘନ ବୋଲି କୁହାଯାଇଛି । ଏଭଳି ସ୍ଥିତିରେ ଲଳିତା କୁମାରୀ ରାୟରେ ପ୍ରଦାନ କରାଯାଇଥିବା ସମ୍ପର୍କିତ ସମସ୍ତ ନିୟମାବଳୀ ରାଜ୍ୟର ସବୁ ଥାନାରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରଦର୍ଶନ କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨୧ ତାରିଖ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବଦେନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୨ ତାରିଖକୁ ରଖାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com