ଓଡ଼ିଶାମୌସୁମୀ

Revenue Minister reviews flood situation in the state

ସମ୍ବଲପୁର ୨୮/ଜୁଲାଇ : ରାଜସ୍ବମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ସଭାରେ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଦୀ ଜଳସ୍ତର ବୃଦ୍ଧି ଓ ବନ୍ୟା ପ୍ରଭାବ ନେଇ ତଥ୍ୟ ସଂଗ୍ରହ କରି ଅବସ୍ଥା ଅନୁସାରେ ପ୍ରତିକ୍ରିୟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କ ନିରାପତ୍ତା, ଖାଦ୍ୟ ଓ ଚିକିତ୍ସା ସୁବିଧା ନିଶ୍ଚିତ କରିବା ପାଇଁ ଅଧିକାରୀମାନେ ଅବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସେ ଦିଶାନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସମୟରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବରୁ ଯେଉଁମାନେ ଖେୟାନୁଭବ କରିଛନ୍ତି ସେମାନଙ୍କୁ ସହାୟତା ଦିଆଯିବ। ଆବଶ୍ୟକ ଅଞ୍ଚଳରେ ରାହତ ଶିବିର, ପାନୀୟ ଜଳ ଓ ଚିକିତ୍ସା ସେବା ସହିତ ସହାୟତା ରାଶି ବଣ୍ଟନ ପାଇଁ ସରକାର ପ୍ରସ୍ତୁତ ଅଛି। ତଥ୍ୟା ଆଧାରରେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ନିଶ୍ଚିତ କରିଛନ୍ତି।

Related Articles

Back to top button