Uncategorizedଓଡ଼ିଶାସ୍ୱାସ୍ଥ୍ୟ

ଦେବଗଡ଼ରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

ଭୁବନେଶ୍ୱର;  ଦେବଗଡ଼ରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲାରେ ମୋଟ ୧୪୦ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ରହିଛନ୍ତି ମାତ୍ର ୭୧ ଜଣ । ଗତ ଜୁନ୍ ୩ରେ ମୁଖ୍ୟମନ୍ତ୍ରୀ ଦେବଗଡ ଗସ୍ତରେ ଆସି ନୂଆବାଲିରୋଇରେ ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ଉଦ୍‌ଘାଟନ କରିଥିଲେ । ନୂତନ ମୁଖ୍ୟ ଚିକିତ୍ସାଳୟ କୋଠା ଉଦଘାଟନ ପରେ ‌ଜିଲ୍ଲାବାସୀ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମିର ବିକାଶ ସହିତ ଉନ୍ନତରମାନର ଚିକିତ୍ସା ପାଇବେ ବୋଲି ଆଶା ରଖିଥିଲେ ।

୧୯୯୪ରେ ଦେବଗଡ ଏକ ନୂତନ ଜିଲ୍ଲାର ମାନ୍ୟତା ପାଇବାପରେ ଦେବଗଡ ସବଡିଭିଜନ ଡାକ୍ତରଖାନାରୁ ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିଲା।ଜିଲ୍ଲାରେ ୪ଟି CHC ଓ ୮ଟି PHC  ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୫ ଡାକ୍ତର ପଦବି ରହିଥିବାବେଳେ ବର୍ତ୍ତମାନ ୧୮ ଜଣ ଡାକ୍ତରଙ୍କୁ ନେଇ ଚାଲୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ପଦବି ସ୍ଥାନରେ ୪ ଜଣ ଡାକ୍ତର ରହିଥିବା ବେଳେ ୭ ପଦବୀ ଖାଲିରହିଛି। ବମପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ପଦବି ଥିବାବେଳେ ୩ ଜଣ ଡାକ୍ତର ଥିବାବେଳେ ବାକି ୭ ପଦବି ଖାଲି ରହିଛି ।

ସେହିପରି ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ଜଣ ଡାକ୍ତର ପଦବି ଥିବାବେଳେ ୭ ପଦବୀ ଖାଲି ଥିବାବେଳେ କେବଳ ୪ ଜଣ ଡାକ୍ତର ଅଛନ୍ତି। ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ପଦବି ସ୍ଥାନରେ ୫ ପଦବି ଖାଲିଥିବାବେଳେ ମାତ୍ର ୭ଜଣ ଡାକ୍ତର ଅଛନ୍ତି । ଜିଲ୍ଲାରେ ଡାକ୍ତର ଅଭାବ ସମସ୍ୟା ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କଟକ , ଭୁବନେଶ୍ବର, ରାଉଲକେଲାର  ବିଭିନ୍ନ ଘରୋଇ ଓ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ । ତେଣୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି କରାଯାଉଛି ।

Related Articles

Back to top button