ଜାତୀୟଦୁର୍ନୀତି

Raids continue at AAP leader Saurabh Bhardwaj's house, "You are being targeted," says Kejriwal

ନୂଆଦିଲ୍ଲୀ ୨୬/ ଅଗଷ୍ଟ : ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜଙ୍କ ବିରୋଧରେ ୧୩ଟି ସ୍ଥାନରେ ଏକକାଳୀନ ଇଡି ଚଢାଉ ଚାଲିଛି। ତାଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ଜୁଲାଇ ମାସରେ, ଇଡି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭାରଦ୍ୱାଜ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ଯେଉଁଥିରେ ଆପ ସରକାର ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜଡିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘଟଣା ଉପରେ ନିଜର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି ଯେ “ଆମ ଆଦମୀ ପାର୍ଟି ପଛରେ ପଡିଛନ୍ତି ମୋଦି ସରକାର ” ଏବଂ “ଆମକୁ ଟାର୍ଗେଟ କରାଯାଉଛି।” ସେ ଚଢାଉକୁ ରାଜନୈତିକ ଚାପ ବୋଲି କହିଥିଲେ ଏବଂ ଆମ ଆଦମୀ ପାର୍ଟି ସଦସ୍ୟଙ୍କୁ ଏକତ୍ର ହେବାକୁ ଅନୁରୋଧ କରିଥିଲେ। ଏହି ଘଟଣା ରାଜନୈତିକ ମହଲରେ ଗମ୍ଭୀର ଆଲୋଚନାର ବିଷୟ ପାଲଟିଛି।

Related Articles

Back to top button