Breaking Newsଜୀବନଶୈଳୀ

ଆସିଲା ଲାଡୋ ଲକ୍ଷ୍ମୀ ଯୋଜନା

ଭୁବନେଶ୍ୱର ,    ମହିଳା ମାନେ ହେବେ ଉପକୃତ । ଆସିଲା ଲାଡୋ ଲକ୍ଷ୍ମୀ ଯୋଜନା । ଘରର ଲକ୍ଷ୍ମୀଙ୍କୁ ମଜବୁତ କରିବ ଏହି ଯୋଜନା । ଫଳରେ ସେପ୍ଟେମ୍ବର 25 ରୁ ମହିଳାମାନେ ପାଇବେ 2100 ଟଙ୍କା । ଏହି ଯୋଜନା ହରିୟାଣାରେ ଲାଗୁ ହୋଇଛି ।

ହରୟାଣାରେ, ଦୀନ ଦୟାଲ ଉପାଧ୍ୟାୟ ଲାଡୋ ଲକ୍ଷ୍ମୀ ଯୋଜନା, କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ସେପ୍ଟେମ୍ବର 25 ରୁ କାର୍ଯ୍ୟକାରୀ ହେବ। ହରୟାଣା ମୁଖ୍ୟମନ୍ତ୍ରୀ ନାଏବ ସାଇନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହା ଘୋଷଣା କରାଯାଇଥିଲା।

କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି ଯେ ,ମହିଳାମାନଙ୍କ ସାମାଜିକ ସୁରକ୍ଷା ଏବଂ ସମ୍ମାନ ପାଇଁ କ୍ୟାବିନେଟ ଦୀନ ଦୟାଲ ଲାଡୋ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନା ସେପ୍ଟେମ୍ବର 25, 2025 ରୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମତିଥିରେ ଆରମ୍ଭ ହେବ।

ଏହି ଯୋଜନା ଅଧୀନରେ, ପ୍ରତି ମାସରେ ଯୋଗ୍ୟ ମହିଳାଙ୍କୁ 2100 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେପ୍ଟେମ୍ବର ୨୫ ତାରିଖରେ, ୨୩ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ହରିୟାଣାର ମହିଳାମାନେ ଏହି ଯୋଜନାର ଲାଭ ପାଇବେ। ବିବାହିତ ଏବଂ ଅବିବାହିତ ଉଭୟ ମହିଳା ଏଥିରେ ଲାଭ ପାଇବେ।

Related Articles

Back to top button