ଓଡ଼ିଶାଜୀବନଶୈଳୀ

ସେପ୍ଟେମ୍ୱର ୭ ତାରିଖ ରବିବାର ରାତିରେ ଏକ ବିରଳ ଘଟଣା

ଭୁବନେଶ୍ୱର ,୮୨ ମିନିଟ୍ ପାଇଁ ଏକ ଲାଲ୍ ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିଥିଲା।  ଧୀରେ ଧୀରେ ଚନ୍ଦ୍ରର ରଙ୍ଗ ପରିବର୍ତ୍ତନ ହେଉଥିଲା ଏବଂ ଏହା ଗାଢ଼ ଲାଲ ରଙ୍ଗରେ ପରିଣତ ହୋଇଥିଲା।ସେପ୍ଟେମ୍ୱର ୭ ତାରିଖ ରବିବାର ରାତିରେ ଏକ ବିରଳ ଘଟଣା ଘଟିଥିଲା। ଯାହାକୁ ଅନେକ ଦେଶର ଲୋକ ଖାଲି ଆଖିରେ ଦେଖିଥିଲେ। ଆଉ ସେହି ବିରଳ ଘଟଣା ଥିଲା ସୋମବାର ରାତିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା।

ଦଶନ୍ଧିର ସବୁଠାରୁ ଦୀର୍ଘ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।   ଏହା ପରେପୁଣି କେବେ ଏପରି ସୁନ୍ଦର ଚନ୍ଦ୍ର ଦେଖାଯିବ।ଚନ୍ଦ୍ରଗ୍ରହଣ ବିଭିନ୍ନ ମହାଦେଶର ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ଦୃଶ୍ୟମାନ ହୋଇଥିଲା। ୟାଙ୍ଗନ୍, ସାଂଘାଇ, ଜୋହାନ୍ସବର୍ଗ, ଲାଗୋସ୍, କାଇରୋ, ବ୍ୟାଙ୍କକ୍, ଜାକର୍ତ୍ତା, ବର୍ଲିନ୍, ମସ୍କୋ, ସିଓଲ୍, ରୋମ୍, ଢାକା, କୋଲକାତା, ବୁଡାପେଷ୍ଟ, ମାନିଲା, ଆଥେନ୍ସ, ସିଙ୍ଗାପୁର, ମେଲବୋର୍ଣ୍ଣ, ବୁଖାରେଷ୍ଟ, ସିଡନୀ, ସୋଫିଆ, ଟୋକିଓ, ବେଜିଂ, ଆଙ୍କାରା, ବ୍ରୁସେଲ୍ସ, ଆମଷ୍ଟରଡାମ୍, ପ୍ୟାରିସ୍, ଲଣ୍ଡନ ଏବଂ ମାଡ୍ରିଡ୍ ରୁ ସର୍ବୋତ୍ତମ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଚନ୍ଦ୍ରଗ୍ରହଣକୁ ଦେଖିବା ପାଇଁ କୌଣସି ସ୍ୱତନ୍ତ୍ର ଚଷମାର ବ୍ୟବହାରର ଆବଶ୍ୟକତା ପଡିନଥିଲା। କାରଣ ଏହା ଖାଲି ଆଖିରେ ସ୍ପଷ୍ଟ ଦେଖି ହେଉଥିଲା।

ଏପରି ଚନ୍ଦ୍ରଗ୍ରହଣ ବହୁତ କମ୍ ଦେଖାଯାଏ। ଗୋଟିଏ ଘଣ୍ଟାରୁ ଅଧିକ ସମୟ ପାଇଁ ଚନ୍ଦ୍ର ଉଜ୍ଜ୍ୱଳ ଲାଲ ରଙ୍ଗ ହେବା କେବଳ ପ୍ରକୃତିର ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ନୁହେଁ ବରଂ ମହାକାଶରେ ଆମ ଗ୍ରହର ଅନନ୍ୟ ସ୍ଥାନର ସ୍ମରଣ କରାଇଥାଏ।

 

Related Articles

Back to top button