
ଭୁବନେଶ୍ୱର ,ପାର୍ବଣ ଋତୁରେ ଅନେକ ବ୍ୟାଙ୍କ ଏବଂ ପେମେଣ୍ଟ ଆପ୍ ସ୍ୱତନ୍ତ୍ର UPI ଅଫର ଲଞ୍ଚ କରୁଛନ୍ତି। ଉଦାହରଣ ସ୍ୱରୂପ, Amazon Pay UPI ବ୍ୟବହାର କରି ପେମେଣ୍ଟ କଲେ ଉପଭୋକ୍ତାମାନେ ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। Flipkart ଏବଂAmazon ରେ ,ଫେଷ୍ଟିଭାଲ୍ ସେଲ୍ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଫେଷ୍ଟିଭାଲ୍ ସେଲ୍ ସମୟରେ ଗ୍ରାହକମାନେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଟିଭି ଏବଂ ଅନ୍ୟାନ୍ୟ ଅନେକ ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ରିହାତି ପାଇବେ।ତଥାପି ସଠିକ୍ ପେମେଣ୍ଟ ପଦ୍ଧତି ବାଛିବା ଦ୍ୱାରା ଏହି ଡିଲ୍ଗୁଡ଼ିକରେ ଆହୁରି ଅଧିକ ସଞ୍ଚୟ କରାଯାଇପାରିବ। ବ୍ୟାଙ୍କ ଅଫର୍, UPI ଏବଂ ୱାଲେଟ୍ କ୍ୟାସବ୍ୟାକରେ ଆପଣଙ୍କୁ ହଜାର ହଜାର ଟଙ୍କାର ରିହାତି ମିଳିପାରେ।
ଫେଷ୍ଟିଭାଲ୍ ସେଲ୍ ର ଲାଭ ଉଠାଇବା ପାଇଁ ରିହାତି ସହିତ ପେମେଣ୍ଟ ଅଫର୍ ମଧ୍ୟ ପ୍ରଦାନ କରେ।PhonePe କିମ୍ବା Paytm UPI ବ୍ୟବହାର କରି Flipkart ରେ ଟ୍ରାଞ୍ଜାକ୍ସନ କଲେ ଅତିରିକ୍ତ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରାଯାଏ। ଛୋଟ କାରବାରରେ ମଧ୍ୟ ତୁରନ୍ତ କ୍ୟାସବ୍ୟାକ୍ ଉପଲବ୍ଧ ରହିଛି।Flipkart Big Billion Days ଏବଂ Amazon Great Indian Festival ସମୟରେ HDFC, ICICI, SBI ଏବଂ Axis Bank ଭଳି ପ୍ରମୁଖ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍ କାର୍ଡଗୁଡ଼ିକ 1୧୦% ପର୍ଯ୍ୟନ୍ତ ତୁରନ୍ତ ଡିସକାଉଣ୍ଟ ପ୍ରଦାନ କରୁଛନ୍ତି।ଏହା ସହିତ ଅନେକ ବ୍ୟାଙ୍କ EMI କାରବାରରେ ବିନା ମୂଲ୍ୟରେ EMI ଏବଂ ବୋନସ୍ କ୍ୟାସବ୍ୟାକ୍ ମଧ୍ୟ ପ୍ରଦାନ କରିଛନ୍ତି। ସଠିକ୍ ବ୍ୟାଙ୍କ କାର୍ଡ ବ୍ୟବହାର କରି ଗ୍ରାହକମାନେ ପ୍ରମୁଖ କ୍ରୟରେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
ବିଶେଷକରି Flipkart ICICI ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ପ୍ରତ୍ୟେକ ଡିଲରେ ୫% କ୍ୟାସବ୍ୟାକ୍ ପ୍ରଦାନ କରେ। Amazon HDFC ଏବଂ SBI କ୍ରେଡିଟ୍ କାର୍ଡଗୁଡ଼ିକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କ୍ୟାସବ୍ୟାକ୍ ପ୍ରଦାନ କରୁଛି।