
ଭୁବନେଶ୍ୱର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଆଜି ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଲଘୁଚାପ ବର୍ଷାରେ ଭିଜିବ ପୁରା ଓଡ଼ିଶା । ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଯାହାର ପ୍ରଭାବରେ ସାରା ରାଜ୍ୟରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ତେବେ ବର୍ଷାର ପ୍ରଭାବ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାକୁ ଅଧିକ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଦୁଇଟି ହେଉଛି କୋରାପୁଟ, ମାଲକାନଗିରି । ଅନ୍ୟସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।
ପ୍ରବଳ ବର୍ଷା ଆଜି ମାଲକାନଗିରିରେ ସ୍କୁଲ ବନ୍ଦ ରଖାଯାଇଛି । ସେହିପରି କୋରାପୁଟ, ମାଲାକାନଗିରିରେ ୨୮ ଯାଏଁ ଅଫିସରଙ୍କୁ ସରକାରୀ କ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।
ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।