ଐତିହ୍ୟ ଓ ସଂସ୍କୃତିଜାତୀୟ

ଅଧର୍ମ ଉପରେ ଧର୍ମର ବିଜୟ

ଭୁବନେଶ୍ୱର,ନବରାତ୍ରୀ ଦେଶର ଉତ୍ତର ଓ ପଶ୍ଚିମ ଅଂଶରେ ଏକ ପ୍ରମୁଖ ପର୍ବ । ଏହି ସମୟକୁ ସଂଯମର ପଥରେ ଚାଲି ଆଧ୍ୟାତ୍ମିକ ଶୁଦ୍ଧିକରଣ ଓ ଭକ୍ତିର ସମୟ ଭାବେ ଦେଖାଯାଏ। ଦେବୀ ଦୁର୍ଗାଙ୍କ ପୂଜାର କାହାଣୀ ମାଙ୍କର ବାପଘରକୁ ଆଗମନର ଏକ ବଡ଼ ଉତ୍ସବରେ ପାଳନ ହୁଏ । ଏହି ବିଶ୍ୱାସ ହିନ୍ଦୁ ଧର୍ମଶାସ୍ତ୍ରରୁ ଆସିଛି । ନବରାତ୍ରୀରେ ଶ୍ରଦ୍ଧାଳୁ ମାନେ ଉପବାସ ବ୍ରତ କରି ମାଆଙ୍କ ପୂଜା କରିଥାନ୍ତି । ୯ ଦିନ ପାଇଁ କିଛି ଖାଦ୍ୟ ପଦାର୍ଥ, ମସଲା, ମଦ ଏବଂ ମାଂସରୁ ଦୂରେଇ ରହିଥାନ୍ତି ।

ଅନ୍ୟପକ୍ଷରେ ବେଙ୍ଗଲି ମାନେ ଭକ୍ତି, ଉତ୍ସବ ଏବଂ ଗୋଟିଏ ପେଣ୍ଡାଳରୁ ଅନ୍ୟ ପେଣ୍ଡାଳକୁ ଯାଇ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ନେଇ ମାଆଙ୍କ ଭକ୍ତିରେ ନିଜକୁ ସମର୍ପି ଦିଅନ୍ତି ।

ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗା ଏହି କିଛି ଦିନ ପାଇଁ ନିଜର ବାପଘରକୁ ଆସନ୍ତି, ଏହି କାରଣରୁ ବେଙ୍ଗଲି ମାନେ ତାଙ୍କର ଆଶୀର୍ବାଦ ପାଇବା ପାଇଁ ଉତ୍ତମ ଖାଦ୍ୟ ଓ ପାରମ୍ପରିକ ପ୍ରସାଦ ସହିତ ଉତ୍ସବ ପାଳନ କରନ୍ତି। ପ୍ରତିବର୍ଷ ଦୁର୍ଗା ପୂଜା ମା ଦୁର୍ଗାଙ୍କର ଲୋକଗୀତ, ଢାକ, ଧୂନଚୀ ସହିତ ଆରମ୍ଭ ହୁଏ । ବେଙ୍ଗଲି ମାନଙ୍କ ପାଇଁ ଦୁର୍ଗା ପୂଜା ଉତ୍ସବକୁ ଅଲଗା କରୁଥିବା ଜିନିଷ ହେଲା ଝିଅର ନିଜ ମାତୃଭୂମିକୁ ଫେରିବା ଖୁସି ଓ ଖାଦ୍ୟ ।

ଏହା ହେଉଛି ଏକ କାରଣ ଯେଉଁଥିପାଇଁ ଏହି ସମୟରେ ମାଂସାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଏ ଏବଂ ତାହାର ଆନନ୍ଦ ନିଆଯାଏ । କାରଣ ଝିଅର ଘରକୁ ଫେରିବାର ଉତ୍ସବ ପାଳନ କରାଯାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ମାଂସ ଏବଂ ମାଛ ଯେତେବେଳେ ନିରାମିଷ ଢଙ୍ଗରେ (ପିଆଜ ଓ ରସୁଣ ବିନା ଶାକାହାରୀ ଢଙ୍ଗରେ) ପ୍ରସ୍ତୁତ କରାଯାଏ ତାହା ମାଙ୍କୁ ବିଶେଷତଃ ସନ୍ଧି ପୂଜା ପରେ କିମ୍ବା କାଳୀ ପୂଜା ସମୟରେ ଅର୍ପଣ କରାଯାଇପାରେ।

Related Articles

Back to top button