ଅନ୍ୟାନ୍ୟଓଡ଼ିଶା

କଟକ ସହରାଞ୍ଚଳରେ କୋହଳ ହେଲା କର୍ଫ୍ୟୁ କଟକଣା।

ଭୁବନେଶ୍ୱର,କଟକ ସହରରେ ଜୀବନଯାତ୍ରା ଏକ ପ୍ରକାର ସ୍ୱାଭାବିକ ହେବାର ଲାଗିଛି । ଧୀରେ ଧୀରେ କଟକରେ ଶାନ୍ତି ଫେରୁଛି । ତେବେ ସହରରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କ ଅପିଲ କରିଛନ୍ତି ପୋଲିସ କମିଶନର ।
ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କଟକ ସହରରେ କର୍ଫ୍ୟୁ କଟକଣା ଥିଲା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା ।

ମଙ୍ଗଳାବାଗ, କ୍ୟାଣ୍ଟନ୍ ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍ ବାଗ, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍ ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା । କର୍ଫ୍ୟୁ କୋହଳ ହେବା ପରେ ଜୀବନ ଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେଉଛି।
ଅନ୍ୟପଟେ କଟକରେ ଆଜି ବି ଇଣ୍ଟରନେଟ୍ କଟକଣା ଜାରି ରହିଛି।

ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଜିଲ୍ଲାପାଳଙ୍କ ସୁପାରିସ୍ ଅନୁସାରେ ଗୃହ ବିଭାଗ ପକ୍ଷରୁ କଟକଣା ବୃଦ୍ଧି ପାଇଁ ସୂଚନା ଦିଆଯାଇଛି।

ସିଏମସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ରହିବ। ପୂର୍ବପରି  ହ୍ବାଟସ ଆପ୍, ଫେସବୁକ୍,ଏକ୍ସ, ଇନଷ୍ଟାଗ୍ରାମ ଉପରେ କଟକଣା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସେବା, ବ୍ୟାଙ୍କ, ରେଲୱେ ସେବା ଆଦି ପାଇଁ କିନ୍ତୁ କଟକଣା ବାରଣ କରାଯାଇଛି।

Related Articles

Back to top button