ଅନ୍ୟାନ୍ୟକ୍ରୀଡ଼ା

କାହିଁକି ଖେଳିବେନି ଶାମି:

ଭୁବନେଶ୍ୱର,ରୋହିତ ଶର୍ମାଙ୍କୁ କ୍ୟାପଟେନ୍ସି ନ ମିଳିବା ପରେ ଅନେକ ବିବାଦ ଦେଖିବାକୁ ମିଳିଥିଲା ।

ତେବେ ଦିନିକିଆ ପ୍ଲେଇଙ୍ଗ-୧୧ରେ ମହମ୍ମଦ ସାମିଙ୍କ ନାମ ମଧ୍ୟ ଦେଖିବାକୁ ମିଳିନାହିଁ । ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ଶାମି ଜଣେ ଭଲ ପେସର ବୋଲର ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ତାଙ୍କୁ ଅଧିକାଂଶ ସମୟରେ ଖେଳାଯାଇଥାଏ ।

ଯଦି ଦେଖିବା ଗତ କିଛି ଦିନ ହେବ ଘରୋଇ କ୍ରିକେଟ ଫର୍ମାଟରେ ଶାମିଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ । ବର୍ତ୍ତମାନ ଶାମିଙ୍କୁ ୩୫ ବର୍ଷ ହୋଇସାରିଛି । ଖେଳରେ କିଛି ଦିନ ହେବ ତାଙ୍କ ପରଫରମାନ୍ସ ସେତେଟା ଭଲ ନଥିବାରୁ ଜାତୀୟ ଦଳକୁ ଫେରିବାର କୌଣସି ସମ୍ଭାବନା ନଥିବା କୁହାଯାଉଛି । ମାର୍ଚ୍ଚ ୨୦୨୫ରେ ଚାମ୍ପିଅନସ ଟ୍ରଫିରେ ମହମ୍ମଦ ଶାମି ଶେଷ ମ୍ୟାଚ ଖେଳିଥିଲେ । ସାମାନ୍ୟ ଆହତରୁ ସୁସ୍ଥ ହୋଇ ଏବେ ଘରୋଇ କ୍ରିକେଟ ଉପରେ ଧ୍ୟାନ ଦେଉଛନ୍ତି ।ବର୍ତ୍ତମାନ ହୁଏତ ସେ ଭାରତୀୟ ଦଳକୁ ଆଉ ଫେରିନପାରନ୍ତି । ନିକଟରେ ଦୁଲୀପ ଖେଳରେ ମଧ୍ୟ ଶାମିଙ୍କ ବୋଲିଙ୍ଗ ସେତେ ପ୍ରଭାବଶାଳି ନଥିଲା । ତେବେ ଆଗକୁ ଆଇପିଏଲ ଦଳରେ ନିଜର ସ୍ଥାନ ପକ୍କା କରିବା ପାଇଁ ହେଲେ ଶାମିଙ୍କୁ ଏବେ ବହୁତ ଘରୋଇ କ୍ରିକେଟ ଖେଳିବାକୁ ପଡିବ ବୋଲି ଅନେକ ଅଭିଜ୍ଞ ଖେଳାଳି କହିଛନ୍ତି ।

ରଣଜୀ ଓପନରଙ୍କ କହିବା ଅନୁଯାୟୀ ଅକ୍ଟୋବର ୧୫ରେ ଉତ୍ତରାଖଣ୍ଡ ବିପକ୍ଷରେ ବଙ୍ଗଳା ଟିମ ରଣଜୀ ଟ୍ରଫି ଖେଳିବ, ଏହି ସମୟରେ ଖେଳରେ ଉପସ୍ଥିତ ରହିବା ପାଇଁ ମହମମ୍ମଦ ଶାମି ରଣଜୀ ଓପନରଙ୍କୁ କହିଛନ୍ତି ।ତେବେ ଏଥିରେ ମଧ୍ୟ ଶାମିଙ୍କୁ ସାମିଲ କରାଯିବ କି ନାହିଁ ଏନେଇ ଦ୍ୱନ୍ଦ ଦେଖାଦେଇଛି । ବେଙ୍ଗଲର ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ରତନ ଶୁକ୍ଲାଙ୍କ ସହ ଆଲୋଚନା ପରେ ଟିମରେ କାହାକୁ ସାମିଲ କରାଯିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ ।

 

 

Related Articles

Back to top button