ଅନ୍ତର୍ଜାତୀୟମନୋରଞ୍ଜନ

ସବୁଜ ଚା ବଗିଚା ସବୁଠାରୁ ଆକର୍ଷଣୀୟ ।

  ଭୁବନେଶ୍ୱର , ବାରାଣସୀକୁ ବହୁ ପୂର୍ବରୁ ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଭାବରେ ବିବେଚନା କରାଯାଇଆସୁଛି, କିନ୍ତୁ ବର୍ତ୍ତମାନ ଏହି ସହର ତାର ନୂଆ ରଙ୍ଗ ଦେଖାଇଛି । ଯୁବପିଢ଼ିମାନେ କେବଳ ପୂଜା ପାଇଁ ନୁହେଁ, ବରଂ ଏହାର ସଂସ୍କୃତି, କଳା, ସଙ୍ଗୀତ ଏବଂ ପାକ-ପରମ୍ପରାକୁ ଅନୁଭବ କରିବା ପାଇଁ ମଧ୍ୟ ଏହି ସହରକୁ ଆକର୍ଷିତ ହୁଅନ୍ତି।

ବର୍ତ୍ତମାନ ଗଙ୍ଗା ନଦୀ କୂଳରେ ଆପଣ କେବଳ ଭିଡ଼ ନୁହେଁ, ବରଂ ସୁନ୍ଦର ଏବଂ ଶାନ୍ତ ରହଣି ସୁବିଧା ମଧ୍ୟ ପାଇବେ ଯାହା ସହର ସହିତ ଏକ ବିଶେଷ ସଂଯୋଗ ସୃଷ୍ଟି କରେ। ରାସ୍ତା, ବଜାର ଏବଂ ଗଙ୍ଗା ଆରତୀ ଭଳି ଅଭିଜ୍ଞତା ଆଜିର ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭୁତି ପ୍ରଦାନ କରେ ।

ଉତ୍ତର-ପୂର୍ବ ଭାରତର ହୃଦୟ କୁହଯାଉଥିବା ଆସାମରେ ଅବସ୍ଥିତ ଜୋରହାଟ ଏବେ କେବଳ ଏକ ଛୋଟ ସହର ହୋଇ ରହିନାହିଁ । ଜୋରହାଟରୁ ମାତ୍ର କିଛି ଦୂରରେ ବିଶ୍ୱର ସର୍ବବୃହତ ନଦୀ ଦ୍ୱୀପ ମାଜୁଲି ପ୍ରବାହିତ । ଏଠାରେ ଆପଣ ଆସାମୀୟା ସଂସ୍କୃତି, ଆଦିବାସୀ ଜୀବନ ଏବଂ ସେମାନଙ୍କ କଳା ଆଦି ଦେଖିବାକୁ ମିଳିବ । ଏଠାକାର ସବୁଜ ଚା ବଗିଚା ସବୁଠାରୁ ଆକର୍ଷଣୀୟ ।

ଏଠାରେ ଟୋକଲାଇ ଭଳି ଗବେଷଣା କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଚା କିପରି ତିଆରି ହୁଏ। ଏଠାରେ ଥିବା ବୈଷ୍ଣବ ମଠଗୁଡ଼ିକୁ ପରିଦର୍ଶନ କରିବାଦ୍ଵାରା ଆପଣ ଆସାମର ଧାର୍ମିକ ପରମ୍ପରା ଏବଂ କଳା ସହିତ ଯୋଡ଼ି ହୋଇପାରିବ। ଏଠାରେ ଇକୋ-ଲଜ୍ ଏବଂ ବୁଟିକ୍ ରହଣି ମଧ୍ୟ ଗଢ଼ି ଉଠିଛି, ଯାହା ଆପଣଙ୍କୁ ପ୍ରକୃତିର ନିକଟତର କରିଥାଏ।

Related Articles

Back to top button