
ଭୁବନେଶ୍ୱର, ପଦାରେ ପଡ଼ିଲା ଭୁବନେଶ୍ବର ଚନ୍ଦକା ଥାନାର ଢିଲା ସୁରକ୍ଷା । କନଷ୍ଟେବଳଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିଲା ମୋବାଇଲ ଚୋର । ଥାନାରୁ ଅଭିଯୁକ୍ତ ଫେରାର ।ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ,
ଗତ ୨୮ ତାରିଖରେ ଏକ ଫୋନ୍ ଚୋରି ମାମଲାରେ ରାଜାକୁ ଧରି ପଚରାଉଚରା କରୁଥିଲା ପୋଲିସ । ଗତକାଲି ଅଭିଯୁକ୍ତ ବାନ୍ତି ହେବା ବାହାନା କରି ବାଥରୁମକୁ ଯାଇଥିଲା ।
ତାକୁ ଦୁଇଜଣ କନଷ୍ଟେବଳ ଜଗିଥିଲେ । ହେଲେ କନଷ୍ଟେବଳଙ୍କୁ ଧକ୍କା ଦେଇ ପଛ ଗେଟ୍ ଦେଇ ଦୌଡ଼ି ପଳାଇଥିଲା ରାଜା ।
ପୋଲିସ ଗୋଡ଼ାଇଥିଲେ ବି ଆଉ ତାର ଟେର୍ ପାଇନଥିଲେ । ରାଜା ଖସିଯିବା ପରେ ପୋଲିସର ପାରିବାପଣିଆ ପ୍ରତି ଉଠିଛି ପ୍ରଶ୍ନ ।
ଦୁଇ କନଷ୍ଟେବଳ ଜଗିଥାଇ ବି କେମିତି ରାଜା ଖସିଗଲା ତାକୁ ନେଇ ସବୁଆଡ଼େ ଚର୍ଚ୍ଚା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।