
ଭୁବନେଶ୍ୱର,ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ହେବା ସହ RC ରଦ୍ଦ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ।
ତାଲିକା ପ୍ରସ୍ତୁତ କରି ଗାଡ଼ି ମାଲିକମାନଙ୍କୁ ନୋଟିସ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛି STA।
ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତକାଲି ଏଭଳି ନିଷ୍ପତ୍ତି ନିଆଯିବା ସହ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରତି RTOରେ ଯେଭଳି ଓଟିଏସ୍ ଯୋଜନା ପାଇଁ ସ୍ବତନ୍ତ୍ର ହେଲ୍ପଡେସ୍କ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି।
ଏହାଛଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ବକେୟା ଚାଲାଣ ପୈଠ ପାଇଁ ନିର୍ଦ୍ଦେଶନାମା ଜାରି କରିଛି STA।ମୋଟରଯାନ ନିୟମ ଉଲ୍ଲଙ୍ଘନ କଲେ ରଦ୍ଦ ହେବ Registration Certificate ତଥା RC।
ପ୍ରତି RTOରେ ଓଟିଏସ୍ ଯୋଜନା ପାଇଁ ହେବ ସ୍ବତନ୍ତ୍ର ହେଲ୍ପଡେସ୍କ।