ଅନ୍ୟାନ୍ୟଦୁର୍ନୀତି

ବାଲି ମାଫିଆଙ୍କୁ ଗ୍ରାମବାସୀଙ୍କ ଚେକ୍

ଭୁବନେଶ୍ୱର,ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଅଞ୍ଚଳର ଦୁଇଟି ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିଲେ ମାଫିଆ । ଏନେଇ ପ୍ରଶାସନକୁ ଜଣାଇବା ପରେ ବି କୌଣସି ଆକ୍ସନ ନ ହେବାରୁ ଲୋକେ ରାସ୍ତା ଖୋଳି ମାଫିଆଙ୍କୁ ଚେକ୍ ଦେଇଛନ୍ତି ।

ବାଲି ଚୋରା ଚାଲାଣ କରୁଥିବା ଗାଡ଼ିକୁ ଅଟକାଇବାକୁ ଜେସିବି ଲଗାଇ ରାସ୍ତା ଖୋଳିଦେଲେ ଗାଁ ଲୋକେ । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଦୁଇଟି ବାଲିଘାଟରୁ ବେଆଇନ ବାଲି ଚାଲାଣ କରୁଥିଲେ ମାଫିଆ
ବାଲି ଚୋରା ଚାଲାଣ ଗାଡ଼ି ଅଟକାଇବାକୁ ଜେସିବି ଲଗାଇ ରାସ୍ତା ଖୋଳିଦେଲେ

Related Articles

Back to top button