ଓଡ଼ିଶାମୌସୁମୀ

ଆଜିଠୁ ବଦଳିଯିବ ପାଗ

 ଭୁବନେଶ୍ୱର,ଆସୁଛି ବାତ୍ୟା  ‘ମୋନ୍ଥା’ ।  ବାତ୍ୟା ପାଇଁ, ଆଜିଠୁ ବଦଳିଯିବ ପାଗ ।  ଲଘୁଚାପ ଆଜି ଅବପାତର ରୂପନେବା ସହ ଆସନ୍ତାକାଲି ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖ ସକାଳ ୮ଟା ବେଳକୁ ବାତ୍ୟା ରୂପ ନେବ ।

ତେବେ ବାତ୍ୟା କେଉଁଆଡ଼େ ମୁହାଁଇବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ସ୍ପଷ୍ଟ ହୋଇନାହିଁ।

୨୭ ତାରିଖ ସକାଳେ ବାତ୍ୟାର ଗତିପଥ ଠିକ୍ ଭାବେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେଉଁଠି ଲ୍ୟାଣ୍ଡଫଲ ହେବ ତାହା ମଧ୍ୟ ଜଣାପଡ଼ିନି। ତେବେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

Related Articles

Back to top button