କ୍ରୀଡ଼ାଜାତୀୟ

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ।

 ଭୁବନେଶ୍ୱର,ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ ଆଜି।ଶେଷ ଦିନିକିଆ ଜିତି ସମ୍ମାନ ବଜାୟ ଲକ୍ଷ୍ୟରେ ଭାରତ ଖେଳିବ । ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ କବଜା କରିଛି ।ଟସ୍ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତିବୋଲିଂ କରିବ ଭାରତ ।

ବଡ଼ କଥା ହେଉଛି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । କୁଲଦୀପ ଏବଂ ପ୍ରସିଦ୍ଧଙ୍କୁ ଟିମରେ ସାମିଲ କରାଯାଇଛି । ଅର୍ଶଦୀପ, ନୀତିଶ ରେଡ୍ଡୀଙ୍କ ସ୍ଥାନ ନେଲେ କୁଲଦୀପ, ପ୍ରସିଦ୍ଧ ।

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍‌ ହାରି ଶୃଙ୍ଖଳା ହାତଛଡ଼ା କରିସାରିଛି। ଶୃଙ୍ଖଳାର ତୃତୀୟ ଦିନିକିଆ ଆଜି ଖେଳାଯାଉଛି।

ମ୍ୟାଚ୍‌ ଜିତି ଶୁବମନ ଗିଲ୍‌ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍‌ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ‌

ଏହି ମ୍ୟାଚ୍‌ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।

Related Articles

Back to top button