
ଭୁବନେଶ୍ୱର ,ଆମ ବାଡ଼ି ବଗିଚାରେ ଏମିତି ଅନେକ ଗଛର ପତ୍ର ଅଛି ଯେଉଁଥିରେ ଭରପୁର ମାତ୍ରାରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ରହିଥାଏ। ଏଗୁଡ଼ିକ କେବଳ ରୋଗରୁ ରକ୍ଷା କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
ଭୁସଙ୍ଗ ପତ୍ର,…. ଭୁସଙ୍ଗ ପତ୍ର କେବଳ ଖାଦ୍ୟରେ ସ୍ୱାଦ ବୃଦ୍ଧିକରେ ନାହିଁ ବରଂ ଏଥିରେ ଥିବା ଆଇରନ, କ୍ୟାଲସିୟମ ଏବଂ ଭିଟାମିନ୍ ସି ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହା ଯକୃତକୁ ସୁସ୍ଥ ରଖିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖେ। ପାଚନ ଶକ୍ତିକୁ ଶକ୍ତିଶାଳୀ କରିଥାଏ। ଭୁସଙ୍ଗ ପତ୍ର ବା ଏହାର ତେଲ ସେବନ ଦ୍ବାରା କେଶ ଝଡ଼ିବା ସମସ୍ୟା ହ୍ରାସ ପାଇଥାଏ।
ତୁଳସୀ ପତ୍ର…. ଏହା ଶରୀରରେ ପ୍ରଦାହ କମ କରିବାରେ ସାହାଯ୍ୟ କରେ। ତୁଳସୀ ପତ୍ର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ, ଚାପ ହ୍ରାସ କରେ ଏବଂ ଫୁସଫୁସକୁ ସୁସ୍ଥ ରଖେ। ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ କିମ୍ବା ତିନୋଟି ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶରୁ ମୁକ୍ତି ମିଳିଥାଏ।
ସଜନା ପତ୍ର….ସଜନା ପତ୍ର ଭିଟାମିନ୍ ଏ, ସି, ଇ ଏବଂ ଆମିନୋ ଏସିଡରେ ଭରପୂର। ଏହି ପତ୍ର ହିମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିବାରେ ଏବଂ ହରମୋନକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ। ନିୟମିତ ସଜନାପତ୍ର ସୁପ ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।



