ସ୍ୱାସ୍ଥ୍ୟ

କୋଭିଡ୍ ବିପଦ ଟଳିନି, ସେପଟେ ଉତ୍ତର କୋରିଆରେ ମୁଣ୍ଡ ଟେକିଲାଣି ଆଉ ଏକ ଭୟଙ୍କର ରୋଗ

ନୂଆଦିଲ୍ଲୀ: ଗତ ଦୁଇ ମାସ ହେଲା ଉତ୍ତର କୋରିଆ ଭୟଙ୍କର କରୋନା ସଂକ୍ରମଣର ସାମ୍ନା କରୁଛି । ଏହାମଧ୍ୟରେ ଉତ୍ତର କୋରିଆକୁ ଆଉ ଏକ ବଡ ବିପଦ ମାଡି ଆସିଛି । ଆଉ ଏକ ନୂଆ ରୋଗ ଏଠାରେ ମୁଣ୍ଡ ଟେକିଛି । ଯାହାକୁ ନେଇ ଦେଶର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

କେସିଏନଏ ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ତାନାଶାହୀ କିମ୍ ଜଙ୍ଗ୍ ଉନ୍ ବନ୍ଦର ନଗରୀ ହେଞ୍ଜୁକୁ ବିଭିନ୍ନ ଔଷଧ ପଠାଇଛନ୍ତି । ତେବେ ପ୍ରକୃତରେ ନୂଆ ରୋଗରେ କେତେ ଜଣ ସଂକ୍ରମିତ ହୋଇଛନ୍ତି ସେନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । କିନ୍ତୁ ଏହି ନୂଆ ରୋଗ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ୍ ଟ୍ରାକ୍ଟ ସହ ଜଡିତ ବୋଲି କୁହାଯାଉଛି । ଅର୍ଥାତ ଏହା ପାଚନ ଓ ପାକସ୍ତଳୀ ସମ୍ବନ୍ଧୀୟ ଏକ ରୋଗ ଅଟେ ।

ବଢିଲା କିମଙ୍କ ଚିନ୍ତା

କେସିଏନଏ ଅନୁସାରେ, କିମ୍ ମହାମାରୀକୁ ଶୀଘ୍ର ରୋକିବା ଉପରେ ଫୋକସ କରୁଛନ୍ତି । ତେଣୁ ସେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗତ ଦୁଇ ମାସ ହେଲା କରୋନା ଉତ୍ତର କୋରିଆର ମେରୁଦଣ୍ଡ ଦେହାଲାଇ ଦେଇଛି । ଏପରିକି ସେଠାରେ ଜରୁରୀକାଳିନ ସ୍ଥିତି ମଧ୍ୟ ଜାରି କରାଯାଇଥିଲା । ଏମିତି ବି ଦେଶରେ ଟିକାର ଘୋର ଅଭାବ ରହିଛି ।

ସୂଚନାୟୋଗ୍ୟ, ଗୁରୁବାର ଉତ୍ତର କୋରିଆରେ ଜ୍ୱର ଲକ୍ଷଣ ଦେଖାଯାଉଥିବା ୨୬୦୧୦ ଜଣ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ଶେଷ ସୁଦ୍ଧା ଦେଶ ସାରା ଜ୍ୱର ଥିବା ରୋଗୀଙ୍କ ସଂଖ୍ୟା ୪୫ ଲକ୍ଷ ଟପିଥିଲା । ଏହାସହ ଶତାଧିକ ପ୍ରାଣ ମଧ୍ୟ ହରାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com