ବିଜ୍ଞାନ ଓ ପ୍ରଯୁକ୍ତିସ୍ୱାସ୍ଥ୍ୟ
ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ ।

ଭୁବନେଶ୍ୱର,ଗତକାଲି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଭୋପାଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬:୩୧ ସମୟରେ ବେଙ୍ଗାଲୁରୁର, କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଭରୁଥିବା ବିମାନ AI 2487ରେ ବିମାନରେ ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
ଯାହା ଫଳରେ ବିମାନଟିକୁ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ବିମାନର ଥିବା ସମସ୍ତ ୧୭୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।




