ଜୀବନଶୈଳୀସ୍ୱାସ୍ଥ୍ୟ

ମସ୍ତିଷ୍କକୁ ବିଗାଡୁଛି ଜଙ୍କ ଫୁଡ୍।

ଭୁବନେଶ୍ୱର,  ଉଚ୍ଚ କ୍ୟାଲୋରୀ ଯୁକ୍ତ ଜଙ୍କ୍ ଫୁଡ୍ ମସ୍ତିଷ୍କ ଗଠନ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଏହା ମସ୍ତିଷ୍କର ହିପୋକ୍ୟାମ୍ପସକୁ ପ୍ରଭାବିତ କରିଥାଏ, ଯାହା ମନେରଖିବା ସହ ଶିକ୍ଷିବା ପାଇଁ ସାହର୍ଯ୍ଯ କରିଥାଏ।ଅତ୍ୟଧିକ ଜଙ୍କ୍ ଫୁଡ୍ ସେବନ ହିପୋକ୍ୟାମ୍ପସ୍ ରେ ଥିବା ନ୍ୟୁରନ୍‌କୁ କ୍ଷତି ପହଞ୍ଚାଇପାରେ।ବ୍ରେନର ମନେରଖିବା କ୍ଷମତାକୁ ହ୍ରାସ କରୁଛି ଏହି ସୁଆଦିଆ ଖାଦ୍ଯ।ପିଜା, ବର୍ଗର ଓ ଫ୍ରେଞ୍ଚ ଫ୍ରାଇଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ମାତ୍ର ଯଦି ଆପଣ ନିୟମିତ ଏହାକୁ ଖାଉଛନ୍ତି ଆଗୁଆ ସାବଧାନ ହୋଇଯାଆନ୍ତୁ …..

ଅଧିକ ଜଙ୍କ ଫୁଡ ଖାଇବା ଦ୍ବାରା ଏହା ଆମ ଶରୀରରେ ନ୍ଯୁରୋଟ୍ରାନ୍ସମିଟରକୁ ବିଗାଡି ଦେଇଥାଏ। ଏହା ବ୍ରେନର ବିଭିନ୍ନ ଭାଗକୁ ସନ୍ଦେଶ ପଠାଇବାରେ ସାହାର୍ଯ୍ଯ କରିଥାଏ।ଅଧିକ କ୍ଯାଲୋରି ଯୁକ୍ତ ଖାଦ୍ଯ ଖାଇବା ଦ୍ବାରା ଏହା ମସ୍ତିଷ୍କରେ ଡୋପାମାଇନର ମାତ୍ରା ବଢାଇ ଦେଇଥାଏ। ଏହା କୌଣସି ଜିନିଷକୁ ଅଭ୍ଯାସରେ ପକାଇବା ପାଇଁ ମଣିଷକୁ ମଜବୁର କରିଦିଏ। ଏଣୁ ଜଙ୍କ ଫୁଡ ଥରେ ଖାଇଲେ ବାରମ୍ବାର ଖାଇବାକୁ ମନ ହୁଏ।

 ଉଚ୍ଚ କ୍ୟାଲୋରୀ ଜଙ୍କ୍ ଫୁଡ୍ ଖାଇବା ମାନସିକ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଏହା ଆବଶ୍ୟକୀୟ ପୁଷ୍ଟିକର ତତ୍ତ୍ୱର ଅଭାବ ସୃଷ୍ଟି କରିପାରେ, ଯାହା ଡିପ୍ରେସନ୍, ଚାପ ଏବଂ ଚିନ୍ତାକୁ ବୃଦ୍ଧି କରିଥାଏ।ଏହା ଚିଡିଚିଡାପଣ, ଆଳସ୍ୟ ଏବଂ ବିରକ୍ତି ଭାବ ସୃଷ୍ଟି କରିଥାଏ ବୋଲି କୁହାଯାଏ।

Related Articles

Back to top button