
ଭୁବନେଶ୍ୱର , ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି।
ଏହି ଅବସରରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ।
ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ମାଣ୍ଡିଆ ଦିବସ’ରେ ଯୋଗଦେବା ସହିତ ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ।
ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ମିଶନ ଏବଂ ପ୍ରାକୃତିକ କୃଷି ଉପରେ
ଜାତୀୟ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି ।




