ଓଡ଼ିଶା

ନିମଖଣ୍ଡି ଥାନା ପ୍ରତିଷ୍ଠା ଏବଂ ଫାଣ୍ଡିକୁ ବ୍ରଜନଗରକୁ ସ୍ଥାନାନ୍ତର ନେଇ ବ୍ରହ୍ମପୁର ଏସପିଙ୍କ ସହ ଆଲୋଚନା

ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କେ ବିବେକ ଶ୍ରବଣକୁ ସାକ୍ଷାତ କରାଯାଇ ନିମଖଣ୍ଡି ଥାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବା, ନିମଖଣ୍ଡି ଫାଣ୍ଡିକୁ ବ୍ରଜନଗରକୁ ସ୍ଥାନାନ୍ତର କରିବା ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଲାଗିରହିଥିବା ବିଭିନ୍ନ ଆଇନ ଶୃଙ୍ଖଳା ଜଡ଼ିତ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୀର୍ଘ ୬ ବର୍ଷ ହେଲା ନିମଖଣ୍ଡି ଫାଣ୍ଡିକୁ ଏକ ପୂର୍ଣ୍ଣାଙ୍ଗ ଥାନାରେ ପରିଣତ କରିବା ଏବଂ ଉକ୍ତ ଫାଣ୍ଡିକୁ ବ୍ରଜନଗର ସ୍ଥାନାନ୍ତର କରିବା ନିମନ୍ତେ ଦାବୀ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଚି ।ହେଲେ ଇତିମଧ୍ୟରେ ସରକାର ବର୍ତ୍ତମାନ ଥାନା ପାଇଁ ଜାଗା ଚିହ୍ନଟ କରିବା କାର୍ଯ୍ୟ ପକ୍ରିୟା ମଧ୍ୟରେ ସୀମିତ ରଖିଥିବାରୁ କମିଟି ତରଫରୁ କ୍ଷୋଭ ପ୍ରକାଶ କରାଯିବା ସହ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ କରି ସମସ୍ତ ପକ୍ରିୟା ଶୀଘ୍ର ସମାପ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଖୁବ୍ ଶୀଘ୍ର ନିମଖଣ୍ଡି ଥାନା ପ୍ରତିଷ୍ଠା ନେଇ ସରକାର ନିର୍ଣ୍ଣୟ ନେବେ ବୋଲି ସେ କହିଥିଲେ। ପ୍ରାୟ ଅଧିକାଂଶ ସହର ତଳି ଅଞ୍ଚଳ ସଦର ଥାନା ଅଞ୍ଚଳରେ ଆସୁଧିବାରୁ ଓ ସହର ତଳି ଅଞ୍ଚଳରେ ଚୋରି ହାରି ବୃଦ୍ଧି ଘଟୁ ଥିବାରୁ ସଦର ଥାନାର ଆୟତନ ବହୁତ ବଡ ଥିବାରୁ ନିମଖଣ୍ଡି ଥାନା କାର୍ଯ୍ୟକ୍ଷମ ହେଲେ ହିଁ ଏସବୁ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ସମ୍ଭବ ହେଇପାରିବ ବୋଲି କମିଟି ତରଫରୁ କୁହାଯାଇଥିଲା। ସେଇଭଳି ରେଡିଓ ଷ୍ଟେସନ ଠାରୁ ଲୋଚାପଡା ପର୍ଯ୍ୟନ୍ତ ଟ୍ରାଫିକ ର ଭିଡ଼ ଦୃଷ୍ଟିରୁ ପିକ ସମୟରେ ଦୁଇ ଜଣ ଟ୍ରାଫିକ ପୋଲିସ ମୁତୟନ ପାଇଁ କମିଟିର ଦାବୀକୁ ଏସପି ସମ୍ମତି ଦେବା ସହ ଖୁବ୍ ଶୀଘ୍ର ରେଡିଓ ଷ୍ଟେସନ ନିକଟରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ।ସେଇଭଳି ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅପରାଧ ନିୟନ୍ତ୍ରଣ ସୁବିଧାକୁ ନଜରରେ ରଖି ଖୁବ୍ ଶୀଘ୍ର ଦୁଇଟି ପର୍ଯ୍ୟାୟରେ ସହରରେ ସିସିଟିଭି କ୍ୟାମେରା ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଥିଲେ। କମିଟି ତରଫରୁ ଠିପି ବନ୍ଦ ମଦ ଦୋକାନରେ ଖୋଲମ୍ ଖୋଲା ମଦ୍ୟପାନ କରାଯାଉଥିବାରୁ ଏହା ଲାଇସେନ୍ସ ପ୍ରଦାନ ଆଇନ ଓ ନିୟମର ନଗ୍ନ ଉଲଂଘନ ହେଉଥିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ତତ୍ ସହିତ ସହର ତଳି ଅଞ୍ଚଳରେ ବସ ବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟ ତ୍ଵରାନିତ କରିବା ସହ କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ଲାଗୁ କରିବାକୁ କମିଟି ତରଫରୁ ନିବେଦନ କରାଯାଇଥିଲା। କମ୍ୟୁନିଟି ପୋଲିସିଂ ଏକ ଉତ୍ତମ ପ୍ରସ୍ତାବ ବୋଲି ସେ ମତବ୍ୟକ୍ତ କରିବା ସହ ଏହା ଉପରେ ସେ ବିଚାର କରିବେ ବୋଲି କହିଥିଲେ। ଜନସାଧାରଣ ସହଯୋଗ କଲେ ସବୁ ସମସ୍ୟା ବିଶେଷ କରି ଟ୍ରାଫିକ ସମସ୍ୟାରେ ଅନେକ ସୁଧାର ଆସିପାରିବ ଇଣ୍ଟିଗ୍ରେଟଡ ଟ୍ରାଫିକ ବ୍ୟବସ୍ଥା ଉପରେ ପଦକ୍ଷେପ ନିଯାଉଥିବା କହିଲେ। ଆଜିର ଏହି ଆଲୋଚନା ଏବଂ ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସ୍ବଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, କୋଷାଧ୍ୟକ୍ଷ ବି ଭି ସାଗର, ଉପଦେଷ୍ଟା ଗଣେଶ ଚନ୍ଦ୍ର ଦାସ,ଏମ ସୁଦର୍ଶନ ପାତ୍ର, କାନ୍ନୁ ଚରଣ ପତି, ଅଜିତ୍ ପଟ୍ଟନାୟକ ଓ ସୁନିଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com