
ଭୁବନେଶ୍ୱର,ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ଆସନ୍ତାକାଲି ନୂଆପଡ଼ା ଭୋଟ୍ ପାଇଁ ଜୋରଦାର ପ୍ରସ୍ତୁତି।ଆଜି ଇଭିଏମ, ଭିଭିପାଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ଟିମ୍।
ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଗାଡ଼ି ରିକ୍ୟୁଜିସନ୍ ସରିଯାଇଛି। ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୩୫୮ଟି ବୁଥ୍ ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟିକୁ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ପ୍ରତି ପୋଲିଂ ପାର୍ଟି ସହ ୫ ଜଣ ସରକାରୀ କର୍ମଚାରୀ ବୁଥକୁ ଯିବେ। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି।
ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମସ୍ତ ୩୫୮ଟି ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି। ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। କାଲି ମତଦାନ ପରେ ୧୪ ତାରିଖରେ ହେବ ଭୋଟ୍ ଗଣତି ହେବ।




