ଓଡ଼ିଶା

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

କେନ୍ଦୁଝର() କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁର ସ୍ଥିତ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ସକାଳୁ ହଠାତ ଟାଟା ବିଦ୍ୟୁତ ବିତରକ କମ୍ପାନୀର କର୍ମଚାରୀ ପଶିଥିଲେ । ତାଙ୍କ ଘରେ ପଶିବା ସହ ଘରେ ଫଟୋ ଉଠାଇଥିଲେ । ଫଟୋ ଉଠାଇବା ସମ୍ପର୍କରେ ପଚାରିବାରୁ କୃଷ୍ଣଚନ୍ଦ୍ରଙ୍କ ସାନଭାଇ ଜଗନ୍ନାଥଙ୍କୁ କମ୍ପାନୀର ଜେଇ ଓ କର୍ମଚାରୀମାନେ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଲୋକ ଜମା ହେବା ସହ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଫଳରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏନେଇ ଦୁଇ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯାଇଛି । ଘଟଣାର ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହିଭଳି ଟାଟା କମ୍ପାନୀର ଗୁଣ୍ଡାଗର୍ଦ୍ଦି ଓ ପକ୍ଷପାତିତା ବିରୋଧରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com