ଅନ୍ୟାନ୍ୟଜାତୀୟ

ଭୁବନେଶ୍ବର ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂ

ଭୁବନେଶ୍ୱର ,ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।ଓଡ଼ିଶାର ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କୁ ବଢ଼ାଇ  ଦିଆଯାଇଛି ।

ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଧାର୍ମିକ ସ୍ଥଳ ପୁରୀରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ,  ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମ୍ବଲପୁରରେ ମଧ୍ୟ ସକ୍ରିୟ ଜିଲ୍ଲା ପୋଲିସ ।

ହୀରାକୁଦ ଡ୍ୟାମ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।ହୋଟେଲ ମାନଙ୍କରେ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରାଯାଇଛି ।

ସେହିଭଳି ରାଉରକେଲା ସହରରେ ଥିବା ବିଭିନ୍ନ ହୋଟେଲରେ ଛାନବିନ୍ ଜାରି ରହିଛି । ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଖାନତଲାସି କରାଯାଇଛି ।ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ।

Related Articles

Back to top button